ମାଟି ଅତଡା ଖସି ଜଣଙ୍କର ମୃତ୍ୟୁ

Advertisment
ମାଟି ଅତଡା ଖସି ଜଣଙ୍କର ମୃତ୍ୟୁ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ନିକଟସ୍ଥ ଗୋପୀସଂକାବଡୁ ଗ୍ରାମରେ ମାଟି ଅତଡା ଖସି ଜଣକର ମୃତ୍ୟୁ ଘଟିଛି।ମୃତବ୍ୟକ୍ତି ଜଣକ ହେଲେ ଆମ୍ବାଦୋଳା ଗ୍ରାମର ଧୋବା ଗୁରୁଡିଆ। ଗୋପୀସଂକାବଡୁ ଗ୍ରାମରେ ପାଇପ ଲାଇନ ବିଛାଯାଉଥିବାବେଳେ ଧୋବା ସେହି ପାଇପ ଲାଇନରେ କାମ କରୁଥିଲେ। ଆଜି ଛୁଟି ଥିବାବେଳେ ସେ କାମକୁ ଆସିଥିଲେ। ମାଟି ତଳେ ରହି କାମ କରୁଥିବା ସମୟରେ ହଠାତ୍ ମାଟି ଅତଡା ଖସିଯିବା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି।

ମୃତ୍ୟୁ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୟୁନିକର୍ଣ୍ଣ ନାମକ କମ୍ପାନୀ ଏହି ପାଇପ ଲାଇନ କାମ କରୁଥିବା ଜଣାପଡିଛି। ଏନେଇ ରାୟଗଡା ଏସଡିପିଓ ରାଜେନ୍ଦ୍ର ସେନାପତିଙ୍କୁ ପଚରାଯିବାରୁ ଘଟଣାଟି ଆଜି ଘଟିଥିବା କହିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe