ThePleasantDream
ଧଉଳି: କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ବିଲିପଡ଼ା ଗ୍ରାମର ମଥୁରି ପ୍ରଧାନ (୫୫) ନାମକ ଜଣେ ବ୍ୟକ୍ତିଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ଗୁରୁତର ଅବସ୍ଥାରେ ମଥୁରିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ମଥୁରିଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଅନୁସାରେ, ଆଜି ସକାଳେ ମଥୁରି ଫୁଲ ତୋଳିସାରି ଘର ଅଗଣାରେ ଥିବା ଟ୍ୟୁବଏଲ ନିକଟକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଓଦାରେ ଥିବା ବୋର୍ଡ଼ରେ ପ୍ଲକ ଦେଉଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ସଂକଟାପନ୍ନ ହୋଇପଡ଼ିଥିଲେ।
ପରିବାର ଲୋକ ତାଙ୍କୁ ମେନସୁଇଚ ପକାଇ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ହେଲେ ସେତେବେଳକୁ ମଥୁରିଙ୍କ ଅବସ୍ଥା ସଂକଟାପନ୍ନ ହୋଇ ପଡ଼ିଥିଲା। ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ଖବର ପାଇ କୌଣଲ୍ୟାଗଙ୍ଗ ଫାଣ୍ଡି ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏନେଇ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଏକ ଅପମୃତୁଚ୍ୟ ମାମଲା ରୁଜୁ ହୋଇଛି।
Follow Us