ବାଇକ ଦୁର୍ଘଟଣାଗ୍ରସ୍ତ, ଯୁବକ ମୃତ

Advertisment
କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

ପୁରୁଣାକଟକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁକାପଡ଼ା ଛକ ଠାରେ ଗୁରୁବାର ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସାନୁଜ ମଲ୍ଲିକ (୨୩ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନାଅନୁସାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳର ସାନୁଜ ବାଇକ୍‌ (ଓଡି ୧୨ ଇ ୨୨୭୪) ଯୋଗେ କରଞ୍ଜକଟା ଗ୍ରାମକୁ କୌଣସି କାମରେ ଆସି ଘରକୁ ଫେରୁଥିଲେ। ଦିନ ସାଢ଼େ ୧ ସମୟରେ ଲୁକାପଡ଼ା ଛକଠାରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ବାଡ଼େଇ ହୋଇଥିଲା।

ଏଥିରେ ସାନୁଜ ଗୁରୁତର ହୋଇଥିଲେ। ଚାରିଛକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସାନୁଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe