ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗ୍ରାମରେ ଅଭାବନୀୟ ଘଟଣା: ମଦ୍ୟପ ଯୁବକଙ୍କ ପ୍ରାଣାନ୍ତକ ଆକ୍ରମଣରେ ଜଣେ ମୃତ

ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

The Express Tribune

ରେଙ୍ଗାଲି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ମହୁଦି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ଯୁବକଙ୍କ ପ୍ରାଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମୁହୁଦି ଗାଁରେ ଦିନ ଦ୍ବିପହର ଏହି ହତ୍ୟାକାଣ୍ଡ ହୋଇଛି। ଆଜି ଶ୍ୟାମଲାଲ ପ୍ରଧାନ ଗାଁ ଦାଣ୍ଡରେ ଚୁଟି କାଟୁଥିବା ବେଳେ ଜଣେ ମଦ୍ୟପ ଯୁବକ ପାଟିତୁଣ୍ଡ କରୁଥିଲେ। ଶ୍ୟାମଲାଲ ମନା କରିବାରୁ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଶ୍ୟାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ହତ୍ୟାକାରୀ ଯୁବକକୁ ଅଟକ ରଖି ଛାନଭିନ ଚଳାଇଛି ରେଙ୍ଗାଲି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe