ଟ୍ରାକ୍ଟର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

Advertisment
ରାତିଅଧରେ ମହିଳାଙ୍କୁ ଘରୁ ଟେକି ନେଇ ହତ୍ୟା !

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ରାସ୍ତା ଧଳପୁର ଠାରେ ଏକ ମର୍ମ୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ବ୍ୟକ୍ତି ଜଣକ ବୈପାରୀଗୁଡା ପଂଚାୟତ କେନ୍ଦୁପଡା ଗ୍ରାମର ମୁଦି ଦଳେଇଙ୍କ ପୁଅ ମାଧବ ଦଳେଇ (୩୦) ବୋଲି ଜଣା ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମାଧବ ଓ ତାଙ୍କ ବନ୍ଧୁ ଦଶରଥ ସଗରିଆଙ୍କ ସହ ବାଇକରେ ବାଲିଗାଁ ପଂଚାୟତର ଡାବୁଗୁଡା ଗ୍ରାମକୁ ମିସ୍ତ୍ରୀ କାର୍ଯ୍ୟ ପାଇଁ ଯାଉଥିବା ବେଳେ ଧଳପୁର ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ବାଇକର ଧକ୍କା ହୋଇ ଯାଇଥିଲା।

ଯାହା ଫଳରେ ଘଟଣା ସ୍ଥଳରେ ମାଧବଙ୍କ ମୃତ୍ୟୁ ଘିଟିଛି। ସେପଟେ ମାଧବଙ୍କ ସାଥି ଗୁରତର ଦଶରଥ ଦଳେଇଙ୍କୁ ବୈପାରୀଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଥିଲା। ଦଶରଥଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜୟପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୈପାରିଗୁଡା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ଏବଂ ରାମଗିରି ଫାଣ୍ଡିର ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe