ବୁର୍ଲା: ଲୋକଙ୍କ ଉପରେ ଚଢ଼ିଗଲା କାର, ଜଣେ ମୃତ, ୫ ଗୁରୁତର

Advertisment
ବୁର୍ଲା: ଲୋକଙ୍କ ଉପରେ  ଚଢ଼ିଗଲା କାର, ଜଣେ ମୃତ, ୫ ଗୁରୁତର

ବୁର୍ଲା: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିନିମାହାଳ ଛକ ନିକଟରେ ନୂଆବର୍ଷ ପାଳନ କରୁଥିବା ଲୋକଙ୍କ ଉପରେ ଏକ କାର ଚଢ଼ି ଯାଇଛି। ଫଳରେ ଜଣେ ୪ ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୂତର ରହିଛି। ସେମାନଙ୍କୁ ଚିକିତ୍ସା ପାଇ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏକ ନୂଆ କାର ଦୃତଗତିରେ ଆସି ଛକ ଉପରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଏଥିରେ ୨ ଜଣ ଶିଶୁଙ୍କ ସହିତ ୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଚିକତ୍ସା ପାଇଁ ବୁର୍ଲା ଅଣାଯାଉଥିବା ବଶଟରେ ଜଣେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଅନ୍ୟମାନଙ୍କର ବୁର୍ଲା ମେଡିକାଲରେ ଚିକିତ୍ସା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe