ପିପିଲିରେ ବାଣୁ ଭିଡୁଥିବା ବେଳେ ବିସ୍ଫୋରଣ, ୧ ମୃତ, ୫ ଗୁରୁତର

ପିପିଲିରେ ବାଣୁ ଭିଡୁଥିବା ବେଳେ ବିସ୍ଫୋରଣ, ୧ ମୃତ, ୫ ଗୁରୁତର

ଭୁବନେଶ୍ୱର: ଆଜି ଅପରାହ୍‌ଣରେ ଦୀପାବଳି ପାଇଁ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ପିପିଲି ଥାନା ବାଲିପଡ଼ା ଗାଁରେ ଆଜି କେତେକ ଲୋକ ବାଣ ତିଆରି କରୁଥିବା ବେଳେ ହଠାତ ଏଥିରେ ବସ୍ଫୋରଣ ଘଟିଥିଲା। ଫଳରେ ଜଣେ ୩/୪ ବର୍ଷର ଶିଶୁ ପୁତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା  ବେଳେ ବାଣ ଭିଡ଼ୁଥିବା ୫ ଜଣ ପୋଡ଼ି ଯାଇ ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଆହତମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe