Representative image
ଯାଜପୁର/କୋରେଇ: ଚାରଦା ଗାଁରେ ଅଭାବନୀୟ ଘଟଣା। କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ ହେଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଆଜି ଅପରାହ୍ନରେ କୋରେଇ ଥାନା ଚାରଦା ଗାଁର ନାରାୟଣ ଜେନାଙ୍କ ପୁଅ ଚନ୍ଦ୍ରମଣି ଜେନା ଗାଁ ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ। ହଠାତ ଫୁଲ ତୋଳୁ ତୋଳୁ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ। ତେବେ ଅନେକ ସମୟ ଧରି ଚନ୍ଦ୍ରମଣି ଘରକୁ ନଫେରିବାରୁ ଘର ଲୋକ ବହୁତ ଖୋଜାଖୋଜି କରିଥିଲେ। ତେବେ ପୋଖରୀରେ ଚନ୍ଦ୍ରମଣି ବୁଡିଯାଇଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପରିବାର ଲୋକେ ଓ ଗ୍ରାମବାସୀ ଚନ୍ଦ୍ରମଣିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋରେଇ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଯୁବକ ଜଣକ ବୁଡି ଯାଇଥିବା ଖବର ପାଇ କୋରେଇ ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Follow Us