୧୪୫ କିଲୋ ଗଂଜେଇ ଜବତ, ଜଣେ ଗିରଫ

୧୪୫ କିଲୋ ଗଂଜେଇ ଜବତ, ଜଣେ ଗିରଫ

Sambad

ମାଲକାନଗିରି: ମାଲକାନଗିରି ପୁଲିସ ଗଂଜେଇ ଧରିବାରେ ସଫଳତା ହାସଲ କରି ଚାଲିଥିବା ବେଳେ ଅବକାରୀ ବିଭାଗ ମଧ୍ୟ ପଛରେ ନାହିଁ। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ଅଧିକ୍ଷକ ଅରୁଣ ତ୍ରିପାଠୀଙ୍କ ନିର୍ଦେଶକ୍ରମେ ଏସଆଇ ପ୍ରଭାକର ସେଠୀଙ୍କ ନେତୃତ୍ବରେ ଏକ ଟିମ୍‌ ଅର୍କେଲ ଥାନା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ନିକଟସ୍ଥ ବିଙ୍ଗୁଗୁଡାରେ ଧବଲୁ ପାଙ୍ଗୀ ନାମକ ବ୍ୟକ୍ତି ନିଜ ଘରେ ଗଂଜେଇ ରଖିଥିବା ଖବର ପାଇ ଚଢାଉ କରାଯାଇଥିଲା। ଧବଲୁ ନିଜ ଘରେ ଗଂଜେଇ ବସ୍ତା ଗୁଡିକ ରଖିଥିଲେ। ଅବକାରୀ କର୍ମଚାରୀ ଘରେ ପଶି ସର୍ଚ୍ଚ ଅପରେସନ କରୁଥିବା ବେଳେ ଗଂଜେଇ ଉଦ୍ଧାର କରିଥିଲେ। ତୁରନ୍ତ ଧବଲୁକୁ ଗିରଫ କରିବା ସହ ଗଂଜେଇକୁ ଓଜନ କରାଯାଇଥିଲା।

ଗଂଜେଇ ଓଜନ କରିବା ପରେ ୧୪୫ କିଲୋ ଗଂଜେଇ ରଖାଯାଇଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲେ। ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଂକାର ଗଂଜେଇ ଜବତ କରାଯାଇଥିବା ଜଣାପଡିଛି। ତେବେ ଗତକାଲି ପୁଲିସ ଚିତ୍ରକୋଣ୍ଡା ଅଂଚଳରୁ ୨୨୫୬ କିଲୋ ଗଂଜେଇ ଜବତ କରିଥିବା ବେଳେ ଅବକାରୀ ବିଭାଗ ମଧ୍ୟ ଗଂଜେଇ ଧରିବାରେ ସଫଳତା ପାଇଛି। ତେବେ ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନ ରଂଜନ ସାହୁ, ପ୍ରବୀର ସାମଲ, ରାଜୁ ଚେଟ୍ଟି, ରମେଶ ହନ୍ତାଳ, ସରିତା ନାୟକ, ଲାଲୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe