ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି

Advertisment
ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି

photo-the statesman

କଟକ: ଗୁଜୁରାଟରେ ଝୁଲା ପୋଲ ଟ୍ରାଜେଡି ପରେ ଚେତିଛନ୍ତି ରାଜ୍ୟ ସରକାର | କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଡ଼ଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ନଦୀ ପାରି କରାଇବା ସମ୍ଭବପର ନ ହେବାରୁ ୧୪୪ ଧାରା ଲାଗୁ କରାଯିବା ସହ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ବି‌ଶେଷଜ୍ଞ ଟିମ୍‌ର ଅନୁଧ୍ୟାନ ପରେ ତୁରନ୍ତ ଝୁଲା ବ୍ରିଜ ମରାମତି ପାଇଁ ନିଷ୍ପତ୍ତି ନିଆଯାଇଥିବାର ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି | ତେବେ ଆଜି ସକାଳେ ଝୁଲା ପୋଲରେ ଯାତାୟତ କଟକଣା ଜାରି କରାଯାଇଥିଲା।

ସୂଚନା ଅନୁଯାୟୀ, ଗୁଜୁରାଟ ଝୁଲା ପୋଲ ଟ୍ରାଜେଡ଼ି ପରେ ଜିଲ୍ଲା ପ୍ରଶାସନ ଚେତିଥିଲା। ଝୁଲା ପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଥିବାବେଳେ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଆଉ ଏସବୁକୁ ଦୃଷ୍ଟିରେ ରଖି ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି ସମେତ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜି ସକାଳ ସମୟ‌ରେ ଝୁଲା ପୋଲରେ ଯାତ୍ରା କଟକଣା କରାଯାଇଥିଲା। ପୂର୍ବରୁ ଥରକେ ୬୦୦ ଲୋକ ଯିବାର ଅନୁମତି ଥିବା ବେଳେ ସକାଳେ ଏହାକୁ ୨୦୦କୁ କମାଇ ଦିଆଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe