ଧବଳେଶ୍ବର ପୀଠରେ ପଞ୍ଚୁକ ଯାତ୍ରା ପାଇଁ ୧୪୪ ଧାରା ଜାରି

Advertisment
ଧବଳେଶ୍ୱର ଝୁଲାପୋଲର ମରାମତି ଓ ନବୀକରଣ ପାଇଁ ଫେବ୍ରୁଆରି ୨୦୨୩ ସୁଦ୍ଧା ଟେଣ୍ଡର ଡକାଯିବ: କୃଷି ମନ୍ତ୍ରୀ

Odhisa Bytes

ଆଠଗଡ଼: କଟକ ଜିଲ୍ଲା ଆଠଗଡ ପ୍ରଶାସନ ଆରାଧ୍ୟଦେବତା ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରିଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଁଳାନବମୀ ଓ ବଡ଼ଓଷାରେ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବାସହ ପଞ୍ଚୁକ ଯାତ୍ରା ପାଇଁ ସମ୍ଭବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ଆସନ୍ତାକାଲି (ଶୁକ୍ରବାର) ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରାତଃ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କେବଳ ସେବାୟତ ମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ। ମାତ୍ର ଭକ୍ତଙ୍କୁ ଦର୍ଶନ ନିଷେଧାଦେଶ କରାଯାଇଛି। ଗୁରୁଡିଝାଟିଆ ପୁଲିସ ଆଇନଶୃଙ୍ଖଳା ଦାୟିତ୍ବରେ ରହିବେ।

ସୂଚନା ଅନୁଯାୟୀ, ଧବଳେଶ୍ବର ପୀଠରେ ପଞ୍ଚକ ଯାତ୍ରା ପାଇଁ ୧୪୪ ଧାରା ଜାରି। ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ। ଏହା ପୂର୍ବରୁ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ଅଁଳାନବମୀ ଓ ବଡ଼ଓଷାରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ତେବେ କୋଭିଡ଼ ଯୋଗୁ ଗତବର୍ଷ ମଧ୍ୟ ଧବଳେଶ୍ବର ପୀଠକୁ ଭକ୍ତଙ୍କୁ ବାରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe