ଖୋର୍ଦ୍ଧା: ଦଶହରା ପାଇଁ ଦେବୀ ପୀଠରେ ୧୪୪ ଧାରା

Advertisment
ଦୁର୍ଗାପୂଜା: ରାଜଧାନୀରେ ସମସ୍ତ ପୂଜା ମଣ୍ଡପର ଗୋଟିଏ ଦିନରେ ଭସାଣି

NewsroomPost

ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡରେ ଥିବା ପ୍ରସିଦ୍ଧ ଦେବୀ ପୀଠ ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସମ୍ଭାବ୍ୟ ଭିଡ଼କୁ ଲକ୍ଷ୍ୟ କରି ୧୪୪ ଧାରା ଜାରି କରାଯାଇଛି, ତେବେ କଟକଣା କିଭିଳି ଓ କେତେ ଦିନ ପାଇଁ ଏନେଇ ଉପଜିଲ୍ଲାପାଳ ଓଡ଼ିଆ ବୁଝି ପାରୁନଥିବାରୁ ସ୍ପଷ୍ଟ ହୋଇ ପାରିନାହିଁ। ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଭୁଷଣ୍ଡପୁର ନିକଟ ଉଗ୍ରତାରା ପୀଠ, ବାଣପୁର ଭଗବତି ପୀଠ ସମେତ ଅନ୍ୟାନ୍ୟ ଦେବୀ ପୀଠରେ ୧୪୪ ଧାରା ଜାରି କରାଯାଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଓ ଭିଡ଼ କମାଇବାକୁ ଏହି କଟକଣା ଜାରି କରାଯାଇଛି। ତେବେ ପରଂପରା ଅନୁସାରେ ମନ୍ଦିରର ସୀମିତ ପୂଜକଙ୍କୁ ନେଇ ରୀତିନୀତି ପାଳିତ ହେବ ବୋଲି ଜଣାଯାଇଛି।

ଦଶହରାର କେତେ ଦିନ, କେଉଁ ସମୟ ମଧ୍ୟରେ ଏହି କଟକଣା ବଳବତ୍ତର ରହିବ ସେନେଇ ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀଙ୍କ ସହ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଓଡ଼ିଆ ଭାଷା ଠିକ ଭାବେ ଜାଣିନଥିବାରୁ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ହୋଇଛି, କିନ୍ତୁ ଏଥିପାଇଁ କଟକଣା ନିୟମ କଣ ତାହା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହିଁ ସ୍ପଷ୍ଟ ଭାବେ କହିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe