ମିନିଟ୍ରକ ଧକ୍କାରେ ବାପା ଗୁରୁତର, ପୁଅର ମୃତ୍ୟୁ

ମିନିଟ୍ରକ ଧକ୍କାରେ ବାପା ଗୁରୁତର, ପୁଅର ମୃତ୍ୟୁ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପୋଟେରୁ ଥାନା ଅନ୍ତର୍ଗତ ଏମଭି-୬୪-୧୦ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଗୁରୁତର ଆହତ ହୋଇଥିବା ବେଳେ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳେ ବାପା ପ୍ରଫୁଲ୍ଲ ମଣ୍ଡଳ ଏବଂ ପୁଅ ବଙ୍କିମ ମଣ୍ଡଳ ନିଜର ମଟର ସାଇକେଲରେ ଜମିକୁ ଯାଉଥିବା ବେଳେ ତେଲେଙ୍ଗାନାର ପରିବା ବୋଝେଇ ଏକ ମିନି ଟ୍ରକ ଦ୍ରୁତ ଗତିରେ ଆସି ମଟର ସାଇକେଲକୁ ଧକ୍କା ଦେଇଥିଲା।

ଯାହାଫଳରେ ମଟର ସାଇକେଲରୁ ବାପା ପ୍ରଫୁଲ୍ଲ ଛିଟିକି ପଡିଥିବା ବେଳେ ପୁଅକୁ ଗାଡି ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଦୁହେଁ ଗୁରୁତର ଆହତ ହେବା ଯୋଗୁଁ ସ୍ଥାନୀୟ ଲୋକେ ତୁରନ୍ତ ମାଲକନଗିରି ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ପୁଅର ମୃତ୍ୟୁ ହୋଇଯାଇଥିବା ବେଳେ ବାପା ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe