ହାତୀ ଆକ୍ରମଣରେ ଜଣେ ଗୁରୁତର

Advertisment
ହାତୀମୁହଁରୁ ବର୍ତ୍ତିଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Image Courtesy of We The World Magazine

ଦେବଗଡ଼: ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ଅନ୍ତର୍ଗତ ଖିଲେଇ ଗ୍ରାମର ଭୁବନେଶ୍ୱର ଗଡନାୟକ(୪୬) ଓ ଗ୍ରାମର କିଛି ବ୍ୟକ୍ତି ସହିତ ଆଜି ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ତେବେ ସେମାନଙ୍କୁ ଅତର୍କିତ ଭାବେ ହାତୀ ଆକ୍ରମଣ କରିଥିବାବେଳେ ଭୁବନେଶ୍ୱର ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଓ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ଜଂଘ ଭାଙ୍ଗିଯାଇଥିବା ବେଳେ ଅବସ୍ଥାସଂଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe