କେନ୍ଦୁଝର: କଟୁରୀ ଚୋଟରେ ପୁତୁରା ମୃତ

Advertisment

ତେଲକୋଇ/କେନ୍ଦୁଝର: ଦାଦାର କଟୁରୀ ଚୋଟରେ ରବିବାର ପୁତୁରାର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳର ନୟାକୋଟ ଥାନା କଲଣ୍ଡା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ଜନିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ କନ୍ଦୁରୁ ଦେହୁରୀକୁ ଗିରଫ କରିଛି। ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ କଲଣ୍ଡା ଭୂୟାଁସାହିରେ ଆଜି ଅପରାହ୍ଣ ୩ଟାରେ କାନ୍ଦୁରୁ ଦେହୁରୀ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ଦାଦା ପାଉ ଦେହୁରୀ ମଦ ନିଶାରେ ମୁଣ୍ଡରେ ହାଣି ଦେଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ କାନ୍ଦୁରୁ ଦେହୁରୀଙ୍କର ମୃତ୍ୟୁ ଘଟିଛି। ମାତ୍ର ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe