୩ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସହ ଜଣେ ମହିଳା ଗିରଫ

୩ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସହ ଜଣେ ମହିଳା ଗିରଫ

Sambad

ଖୋର୍ଦ୍ଧା: ୩ଲକ୍ଷ ଟଙ୍କାର ବ୍ରାଉନ୍‌ସୁ ଗାର ସହ ଜଣେ ମହିଳାଙ୍କୁ ଗିରଫ କରିବା ସହ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଅଭିଯୁକ୍ତଙ୍କ ଠାରୁ ୫୨ହଜାର ଟଙ୍କା ଜବତ କରିଛି। ସୂଚନାନୁସାରେ, ଖୋର୍ଦ୍ଧା ଉପକଣ୍ଠ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ବ୍ରାଉନ୍‌ସୁଗାର କାରବାର ହେଉଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏସ୍‌ପି ରାଜକିଶୋର ଦୋରାଙ୍କ ନିର୍ଦେଶରେ ଏସ୍‌ଡ଼ିପିଓ ସୁଶୀଲ ମିଶ୍ରଙ୍କ ତତ୍ୱବଧାନରେ ଟାଉନ୍ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ଏକ ଟିମ୍ ଗଠନ କରିଥିଲେ। ଏସ୍ଆଇ ଅନୁଭା ଦାସ, ଏଏସ୍ଆଇ ଏକେ ସେଠୀ, ହାବିଲଦାର ବିକେ ପ୍ରତାପସିଂହ, କନଷ୍ଟେବଳ ମନୋରମା ସେଠୀ, ଅବଦୁଲ ମାସି ଖାଁନ, ଓଏପିଏଫ୍ ନିହାରିକା ପ୍ରଧାନ ପ୍ରମୁଖଙ୍କୁ ନେଇ ଏକ ଟିମ୍ ଆଜି ସକାଳ ୯ଟା ବେଳେ ସ୍ୱପ୍ନେଶ୍ୱର ସାହିର ସରୋଜିନୀ ଧଳ ଓରଫ ସର ଓରଫ ପ୍ରଭାବତୀ (୩୬)ଙ୍କ ଘରେ ଚଢ଼ାଉ କରିଥିଲେ। ଘର ମଧ୍ୟରୁ ୩୦.୦୮ ଗ୍ରାମ ବ୍ରାଉନ୍‌ସୁଗାର ମିଳିଥିଲା।

ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ଏହାସହ ପ୍ରଭାବତୀଙ୍କ ଠାରୁ ବ୍ରାଉନ୍ସୁଗାର ବିକ୍ରି ଲବ୍ଧ ୫୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଏନେଇ ସୂଚନା ଦେଇ ଟାଉନ୍ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ୪୧୭/୨୦୨୧ରେ ବେଆଇନ ନିଶା କାରବାର ଆଇନରେ ମାମଲା ରୁଜୁ ହୋଇଛି। ଏନେଇ ଅଧିକ ଅନୁସନ୍ଧାନ ପାଇଁ ଏସ୍ଆଇ ବିଜୟ କେତନ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe