ସରକାରୀ ଜମିରେ ବି ମାଫିଆଙ୍କ ଗଞ୍ଜେଇ ଚାଷ; ୬୫ ଏକର ଜମିରୁ ୧ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍‌

Advertisment
ସରକାରୀ ଜମିରେ ବି ମାଫିଆଙ୍କ ଗଞ୍ଜେଇ ଚାଷ; ୬୫ ଏକର ଜମିରୁ ୧ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍‌

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ଜୋରସୋରରେ ଚାଲିଥିବା ବେଳେ ଏବେ ଅମଳର ସମୟ ଆସିଛି। ଏହି ସମୟରେ ଅବକାରୀ ଏବଂ ପୁଲିସ ତରଫରୁ ବିଭିନ୍ନ ଅଞ୍ଚଳରେ ଚଢଉ କରାଯାଇ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଓର୍କେଲ ପୁଲିସ, ଚିତ୍ରକୋଣ୍ଡା ଏବଂ ମୁଦୁଲିପଡା ଥାନା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢଉ ଆରମ୍ଭ ହୋଇ ସାରିଛି। ଆଜି ଅର୍କେଲ ଥାନାର ଆଇଆଇସି ଜୋନ କୁଜୁରଙ୍କ ନେତୃତ୍ବରେ ଦୁର୍ଗମ ଆମ୍ବାଗୁଡା ଏବଂ ଦୋରାଗୁଡା ଅଞ୍ଚଳରେ ପ୍ରାସ ୬୫ ଏକର ସରକାରୀ ଜଙ୍ଗଲ ଜମିରେ ସ୍ଥାନୀୟ ଲୋକେ ଗଞ୍ଜେଇ ଚାଷ କରୁଥିବା ଖବର ପାଇବା ପରେ ଚଢଉ କରି ନଷ୍ଟ କରାଯାଇଛି।

ଏହି ଅଞ୍ଚଳ ନକ୍ସଲ ପ୍ରବଣ ଥିବାବେଳେ ସୁରକ୍ଷାକୁ କଡାକଡି କରି ଏହି ଅଞ୍ଚଳରେ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ପ୍ରାୟ ୧ ଲକ୍ଷ ୪ ହଜାର ଗଞ୍ଜେଇ ଗଛ ଗୁଡିକକୁ ନଷ୍ଟ କରାଯାଇଥିବା ସୂଚନା ରହିଛି। ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ଜଣାପଡିଛି। ଆସନ୍ତା ଫେବ୍ରୁଆରି ଏବଂ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗଞ୍ଜେଇ ଅମଳ କରାଯିବ। ଏହି ସମୟରେ ଗଞ୍ଜେଇ ମାଫିଆ ମାନେ ସକ୍ରିୟ ହୋଇଉଠନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe