ବ୍ୟାଙ୍କ ସାମ୍ନାରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କଠାରୁ ଲୁଟିନେଲେ ଏକ ଲକ୍ଷ ଟଙ୍କା

Advertisment
ଘର ଆଗରୁ ୧ ଲକ୍ଷ ଟଙ୍କା ଝାମ୍ପିନେଲେ

ବନ୍ତଳା:ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଲୁଟ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ ଟଙ୍କା। ବନ୍ତଳା ଥାନା ନିକଟରେ ଆଜି ଅପରାହ୍ନରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ଲୁଟପାଟ ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘଟଣାଟି ଘଟିଛି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ।ସାନ କଞ୍ଜିନି ଗ୍ରାମର ଦିବାକର ପ୍ରଧାନଙ୍କ ପୁଅ ନିତ୍ୟାନନ୍ଦ ପ୍ରଧାନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ।

ସେ ଆଜି ଅପରାହ୍ନରେ ବନ୍ତଳା ଷ୍ଟେଟବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। କୌଣସି କାମ ପାଇଁ ନଗଦ ୧ଲକ୍ଷ ଟଙ୍କା ଏକାଉଣ୍ଟରୁ ଉଠାଣ କରି ବାଇକ ଡିକିରେ ରଖିଥିଲେ। ବ୍ୟାଙ୍କ ଠାରୁ ୧୦୦ମିଟର ଦୂରରେ ବାଇକକୁ ଛିଡା କରି ରାସ୍ତା ଅପରପାର୍ଶ୍ୱ ଏକ ଦୋକାନକୁ ଯାଇଥିଲେ। ବନ୍ତଳା ଥାନା ପୁଲିସର କହିବା ମୁତାବକ ଦୋକାନରେ ମାତ୍ର ୧୦ମିନିଟ ସମୟ ବିତାଇ ଗାଡି ପାଖକୁ ଆସିବାବେଳକୁ ଡିକି ଭଙ୍ଗା ଯାଇଥିଲା।

ଦୁର୍ବୁତ୍ତ ମାନେ ସେଥିରେ ଥିବା ୧ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ। ଏନେଇ ନିତ୍ୟାନନ୍ଦ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏତଲା କ୍ରମେ ପୁଲିସ କେସ ନମ୍ବର ୩୩୩ରେ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। କିଏ ଡିକି ଭାଙ୍ଗି ଟଙ୍କା ଚୋରି କରିଛି ପୁଲିସକୁ କୌଣସି ଠୋସ ପ୍ରମାଣ ମିଳିନଥିବାବେଳେ ବ୍ୟାଙ୍କ ସାମ୍ନାରେ ସିସିଟିଭି ଫୁଟେଜ ଦେଖିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe