ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅଘଟଣ: ଗାଧୋଇବା ବେଳେ ଭାସିଗଲେ ରାଂଚିର ନାବାଳକ

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅଘଟଣ: ଗାଧୋଇବା ବେଳେ ଭାସିଗଲେ ରାଂଚିର ନାବାଳକ

ପୁରୀ: ପୁରୀସ୍ଥିତ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଗାଧୋଇବା ସମୟରେ ଆଜି ଅଘଟଣ ଘଟିଛି। ପରିବାର ଲୋକଙ୍କ ସହିତ ଗାଧୋଇବା ସମୟରେ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ନାବାଳକ ହେଲେ ତାନିସ୍କ ବିୟନ (୧୬)।

ସୂଚନା ଅନୁସାରେ ଝାଡ଼ଖଣ୍ଡର ରାଜଧାନୀ ରଂଚିସ୍ଥିତ ଆରୋଗୋରାରୁ ନିଜ ପରିବାର ଲୋକଙ୍କ ସହିତ ତାନିସ୍କ ପୁରୀ ଆସିଥିଲେ। ସେ ପରିବାରର ୧୧ ଜଣଙ୍କ ସହିତ ଗତକାଲି ଆସି ସମୁଦ୍ର କୂଳରେ ଥିବା ବିଏନ୍‌ଆର୍‌ ହୋଟେଲରେ ରହୁଥିଲେ। ଆଜି ପରିବାର ଲୋକଙ୍କ ସହିତ ପୂର୍ବାହ୍ନରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ।

ତେବେ ପୁରୀ ସମୁଦ୍ର ବେଳାଭୂମିକୁ ବ୍ଲ ଫ୍ଲାଗ ମାନ୍ୟତା ମିଳିବା ପରେ ଏଠାରେ ଏହା ହେଉଛି ପ୍ରଥମ ଘଟଣା। ନାବାଳକ ନିଖୋଜ ହେବାର ଖବର ମିଳିବା ପରେ ଲାଇଫ୍‌ ଗାର୍ଡ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପରିବାର ଲୋକେ ନିଜର ପୁଅକୁ ନପାଇ ବ୍ୟସ୍ତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe