ନିଜ ଗାଡ଼ିକୁ ରୋଗୀଙ୍କ ସେବାରେ ସମର୍ପିତ କରି ଡାକ୍ତର ‌ଲେଖିଛନ୍ତି, ‘ମୁଁ ଡାକ୍ତର, ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକେଇ ପାରିବେ।’

Advertisment
ନିଜ ଗାଡ଼ିକୁ ରୋଗୀଙ୍କ ସେବାରେ ସମର୍ପିତ କରି ଡାକ୍ତର ‌ଲେଖିଛନ୍ତି, ‘ମୁଁ ଡାକ୍ତର, ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକେଇ ପାରିବେ।’

ଭୁବ‌ନେଶ୍ବର: ଭୀମସାର ଡାକ୍ତର ପୁଣି ନିଜ ମହତ କର୍ମରେ ଲୋକଙ୍କ ହୃଦୟ ଜିତି ଯାଇଛନ୍ତି। ଫେବୃଆରି ୧୨ ତାରିଖ ଦିନ ଡାକ୍ତର ଶଙ୍କର ରାମଚନ୍ଦାନୀ ଏକ ଟୁଇଟ କରିଥିଲେ। ଏଥିରେ ସେ ଲେଖିଛନ୍ତି, ‘ଏକ ଟଙ୍କିଆ କ୍ଲିନିକର ତୃତୀୟ ବାର୍ଷିକ ଅବସରରେ ସେ ତାଙ୍କ ବ୍ୟବହୃତ କାରକୁ ରୋଗୀଙ୍କ ସେବା ପାଇଁ ସମର୍ପିତ କରିଛନ୍ତି।’

ଡାକ୍ତର ଶଙ୍କର ରାମଚନ୍ଦାନୀ ରୋଗୀଙ୍କ ପାଇଁ ସମର୍ପିତ କରିଥିବା ଅଲଟ୍ରୋଜ୍ କାର ବୁର୍ଲା ସହରରେ ଘୁରି ବୁଲୁଛି। ଆଉ ଏହି ଗାଡ଼ି ପଛରେ ଲେଖାହୋଇଛି, ‘ମୁଁ ଡାକ୍ତର। ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକେଇ ପାରିବେ।’ ଡାକ୍ତରଙ୍କ ଏଭଳି ମହତ କାମ ଏବେ ପୁଣି ଚର୍ଚ୍ଚାରେ ରହିଛି। ରୋଗୀମାନେ ରାମଚନ୍ଦାନୀଙ୍କୁ ଦ୍ବିତୀୟ ଭଗବାନ ବୋଲି ମାନୁଛନ୍ତି।

ଡାକ୍ତର ରାମଚନ୍ଦାନୀ ଫେବୃଆରି ୧୨ ତାରିଖ ୨୦୨୧ରେ ନିଜ ବୁର୍ଲା ସ୍ଥିତ ବାସଭବନରେ ଟଙ୍କିକିଆ କ୍ଲିନିକ୍ ଆରମ୍ଭ କରିଥିଲେ । ଏଠାରେ ରୋଗୀଙ୍କୁ ଚିକିତ୍ସା ସହ ମାଗଣାରେ ଔଷଧ ଯୋଗାଇ ଦେଇଥାନ୍ତି ଡାକ୍ତର ରାମଚନ୍ଦାନୀ ।  ଇତିମଧ୍ୟରେ ଡାକ୍ତର ଅନେକ ମହତ କାମ କରି ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇ ପାରିଛନ୍ତି।

ରାମଚନ୍ଦାନୀ  ଫେବୃଆରି ୧ ତାରିଖରେ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ମୋତେ ସମ୍ମାନରେ ମିଳି ଥିବା ସମସ୍ତ ଉତ୍ତରୀୟ ଗରିବ ରୋଗୀଙ୍କୁ ଦେଇ ଉତ୍ତରୀୟ ବସ୍ତ୍ରର ସଦୁପଯୋଗ କଲି।’

ସେହିପରି ଗତବର୍ଷ ଡିସେମ୍ବର ୬ ତାରିଖ ଏକ ଟୁଇଟ କରିଥିଲେ। ଏଥିରେ ସେ ଲେଖିଥିଲେ, ‘ଜୁନାପାନି କୁଷ୍ଠ କଲୋନିରେ ରହୁଥିବା ୫୧ଟି ପରିବାରକୁ ପୋଷ୍ୟ ପୁତ୍ର ହିସାବରେ ଗ୍ରହଣ କରିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe