Photo courtesy: News18
କଟକ/ମାହାଙ୍ଗା : ମାହାଙ୍ଗା ହତ୍ୟାକାଣ୍ତରେ ଆଜି ରାଜଗାଙ୍ଗପୁରରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଉମେଶ ଖଟୁଆ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରୁ ଆଜି ପୁଲିସ ଗିରଫ କରିଥିବା ବେଳେ ହତ୍ୟାକାଣ୍ତରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏବେ ବି ଗ୍ରାମାଞ୍ଚଳ ପୁଲିସ ଖୋଜୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨ ତାରିଖ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ବୀଭତ୍ସ ଭାବେ ହତ୍ୟା କରା ଯାଇଥିବା ବେଳେ ଏହି ହତ୍ୟା ରାଜନୈତିକ ଶତ୍ରୁତା ନେଇ ହୋଇଥିବା ବେଳେ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ପାଞ୍ଚ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତ ଚୈତନ୍ୟ ସେଠୀଙ୍କୁ କଟକର ଚୌଦ୍ବାର ଅଞ୍ଚଳରୁ ଟିମ ଗିରଫ କରିଛି। ଏହାସହ ଏହି ହତ୍ୟାକାଣ୍ତରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବା ସୂଚନା ମିଳିଛି। ଏବେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।
Follow Us