୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଗିରଫ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।

Naxal Arrested

Naxal Arrested Photograph: (sambad.in )

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ଛୋଟେବେଠିଆ ଥାନା ଅଞ୍ଚଳରେ ରହିଥିବା ଜଙ୍ଗଲରେ କିଛି ନକ୍ସଲ ଗତିବିଧି ରହିଥିବା ପୁଲିସ ସୂଚନା ପାଇବା ପରେ ତୁରନ୍ତ ଚଢ଼ାଉ କରାଯାଇଥିଲା।

ଜଙ୍ଗଲରେ ନକ୍ସଲ ଥିବା ଜାଣିବା ପରେ ପୁଲିସ ଏବଂ ବିଏସଏଫ ପକ୍ଷରୁ ଚାରିପଟୁ ଘେରାବନ୍ଦୀ କରାଯାଇଥିଲା। ଅନ୍ୟ ନକ୍ସଲମାନେ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ମରୋ ନରେଟି ଓରଫ ରାଜୁ ନରେଟିକୁ ପୁଲିସ ଗିରଫ କରିଥିଲା। ରାଜୁ ମାଓ କମାଣ୍ଡର ରାମଦେବ, ଶଙ୍କର ରାଓ, କୈଳାଶ, ଲିଙ୍ଗୁ, ଦର୍ଶନ, ମଧୁ ହିରାଲାଲ, ଦେବ ସିଂ ଭଳି ନକ୍ସଲମାନଙ୍କ ସହ ମିଶି ପୁଲିସ ଉପରେ ଆକ୍ରମଣ କରିଥିବା ସ୍ୱୀକାର କରିଥିଲା। ସରକାରଙ୍କ ତରଫରୁ ରାଜୁ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଆଜି ଗିରଫ ହେଵା ପରେ ରାଜୁକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।


ସୂଚନା ଅନୁସାରେ, ଜଙ୍ଗଲରେ ନକ୍ସଲ ଥିବା ଜାଣିବା ପରେ ପୁଲିସ ଏବଂ ବିଏସଏଫ ପକ୍ଷରୁ ଚାରିପଟୁ ଘେରାବନ୍ଦୀ କରାଯାଇଥିଲା। ତେବେ ଅନ୍ୟ ନକ୍ସଲମାନେ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ମରୋ ନରେଟି ଓରଫ ରାଜୁ ନରେଟିକୁ ପୁଲିସ ଗିରଫ କରିଥିଲା। ରାଜୁ ମାଓ କମାଣ୍ଡର ରାମଦେବ, ଶଙ୍କର ରାଓ, କୈଳାଶ, ଲିଙ୍ଗୁ, ଦର୍ଶନ, ମଧୁ ହିରାଲାଲ,ଦେବ ସିଂ ଭଳି ନକ୍ସଲମାନଙ୍କ ସହ ମିଶି ପୁଲିସ ଉପରେ ଆକ୍ରମଣ କରିଥିବା ସ୍ୱୀକାର କରିଥିଲା। ସରକାରଙ୍କ ତରଫରୁ ରାଜୁ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଆଜି ଗିରଫ ହେଵା ପରେ ରାଜୁକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe