ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ , ମାଓ ସାମଗ୍ରୀ ଜବତ

Advertisment
ଛତିଶଗଡରେ ପୁଣି ଟଳିଲେ ୩ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟମ୍ପ କରି ରହିଛନ୍ତି। ତୁରନ୍ତ ଧମତରୀ ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣ ନିଜେ ନେତୃତ୍ବ ନେଇ ଡିଆରଜି ଟିମକୁ ନେଇ ଜଂଗଲରେ ଚଢାଉ କରିଥିଲେ।

ନକ୍ସଲ ସହ ଆମ୍ନାସାମ୍ନା ହେବା ପରେ ଗୁଳି ବିନିମୟ ହୋଇଥିଲା। ତେବେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲର ଶବ ଜବତ କରିବା ସହ ଏସଏଲଆର ବନ୍ଧୁକ ଜବତ କରାଯାଇଥିଲା। ଏଥିସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପୁଲିସ ମୃତ ନକ୍ସଲକୁ ଚିହ୍ନଟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe