ଖୋର୍ଦ୍ଧା: ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ମନ୍ତବ୍ୟ ଦେଇଥିବା ମାମଲାରେ ଶୁକ୍ରବାର ଖୋର୍ଦ୍ଧା ପୁଲିସ ମୁକୁନ୍ଦପ୍ରସାଦର ହବିବ ଖାଁକୁ ଗିରଫ କରିଛି। ଗୋ ହତ୍ୟାକୁ କେନ୍ଦ୍ର କରି ମୁକୁନ୍ଦପ୍ରସାଦରେ କିଛି ଦିନ ପୂର୍ବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ହବିବ ଖାଁ ନିଜର ଫେସ୍ବୁକ୍ ଆକାଉଂଟ୍ରେ ହିନ୍ଦୁଙ୍କୁ ଆକ୍ଷେପ କରିବା ଭଳି ପୋଷ୍ଟ କରିଥିଲା। ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା। ଏନେଇ ହିନ୍ଦୁ ସଂଗଠନ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପୁଲିସକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା। ପୁଲିସର ଏଭଳି ଏକପାଖିଆ ପଦକ୍ଷେପ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ସହ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚାପରେ ପଡ଼ି ଗତକାଲି ୨୯୪, ୫୦୬, ୧୫୩ (କ)ରେ ୪୭୦/୨୦୨୩ରେ ଏକ ମାମଲା ରୁଜୁ କରିବା ସହ ହବିବ୍ ଖାଁକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ ଜଣେ ଗିରଫ
Advertisment
Follow Us