ଦୋକାନରେ ନିଆଁ ଲାଗି ଜଣେ ଗୁରୁତର

Advertisment

ପୁରୀ ଝାଡେଶ୍ୱରୀ କ୍ଲବ୍ ନିକଟସ୍ଥ କ୍ଲାକ୍‌ ରୋଡଠାରେ ଥିବା ଏକ ପ୍ଲେକ୍ସ ପ୍ରିଣ୍ଟ ସପ୍‌ରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିବା କୂହାଯାଉଛି। ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି...

shop fire

ପୁରୀ: ପୁରୀ ଝାଡେଶ୍ୱରୀ କ୍ଲବ୍ ନିକଟସ୍ଥ କ୍ଲାକ୍‌ ରୋଡଠାରେ ଥିବା ଏକ ପ୍ଲେକ୍ସ ପ୍ରିଣ୍ଟ ସପ୍‌ରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିବା କୂହାଯାଉଛି।

ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ଦୋକାନ ଭିତରେ ଥିବା ପ୍ଲାଷ୍ଟିକ ସାମଗ୍ରୀ ଜଳିବା ଯୋଗୁ  ସମଗ୍ର ଅଞ୍ଚଳରେ ଘନ ଧୂଆଁ ବ୍ୟାପୀ ଯାଇଥିଲା।

ଅଧିକ ପଢ଼ନ୍ତୁ:  ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ-ରାଜସ୍ଥାନ ଗସ୍ତ

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫ୍ଲେକ୍ସ ପ୍ରିଣ୍ଟ ସପ୍‌ରୁ ଜଣଙ୍କୁ ଉଦ୍ଧାର କରି ପୁରୀ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଉଛି।  ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ:  ବୋଟ୍‌ ବୁଡ଼ିବା ଘଟଣା: ଯାତ୍ରୀଙ୍କ ନିକଟରେ ନଥିଲା ଲାଇଫ୍‌ ଜ୍ୟାକେଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe