କେନ୍ଦୁଝର: ମତଦାନ କେନ୍ଦ୍ରକୁ ପହଂଚିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

Advertisment
କେନ୍ଦୁଝର: ମତଦାନ କେନ୍ଦ୍ରକୁ ପହଂଚିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

Indian Express

ଆନନ୍ଦପୁର: ଦିନକ ପରେ ଅର୍ଥାତ ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ କେନ୍ଦ୍ରକୁ ପହଂଚିବା ପୂର୍ବରୁ ରବିବାର ଜଣେ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକରେ ବୁଥ୍‌ ନଂ ୧୪୯କୁ ଡ୍ୟୁଟି ପାଇଁ ଯିବା ପୂର୍ବରୁ ଅଭୟ କୁମାର ସେଠୀଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ମୁତାବକ ଡେସ୍‌ପାଚ ରୁମରେ ଅଭୟ ଅଚାନକ ବେହୋସ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଭାବେ ଆନନ୍ଦପୁର ଉପଖଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ହସ୍‌ପିଟାଲରେ ଭର୍ତ୍ତି କରିବାର ଅଳ୍ପ ସମୟ ପରେ ଅଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଏପ୍ରିଲ ୨୩ରେ ମତଦାନ ହେବ। ଏହି ଦିନ ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe