୧ କୁଇଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

Advertisment
୧ କୁଇଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

ବୈପାରିଗୁଡା: ଗଂଜେଇ ଚାଲାଣ ରୋକିବା ଦିଗରେ ବୈପାରିଗୁଡା ପୁଲିସକୁ ପୁଣି ଏକ ସଫଳତା ମିଳିଛି। ଚୋରାରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ୧ କୁଇଣ୍ଟାଲ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସୂଚନା ଅନୁଯାୟୀ, କୋଟପାଡ଼ ଥାନା ଅନ୍ତର୍ଗତ ବେତଗୁଡା ଗ୍ରାମର ଟଙ୍କ ଗୈାଡଙ୍କ ପୁଅ ଦୀପକ ଗୈାଡ(୨୨) ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ୧ କୁଇଣ୍ଟାଲ ଗଂଜେଇ ଚୋରା ଚାଲାଣ କରୁଥିବାବେଳେ ଏହାକୁ ଜବତ କରାଯାଇଛି। ବୈପାରିଗୁଡା ଠାରୁ ୧ କିଲୋମିଟର ଦୂର ବାତ୍ରିପୁଟ ଛକ ଠାରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ପୋଲିସ ସନ୍ଦେହରେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଅଟକାଇ ଯାଂଚ କରିଥିଲା।

ଏହି ଯାଂଚ ସମୟରେ ଏଥିରେ ଗଂଜେଇ ଥିବା ଜଣାପଡିଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିବା ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯାଇଥିଲା। ଦୀପକ୍ ନିକଟରୁ ଗୋଟିଏ ମୋବାଇଲ ଫୋନ ସହ ୪୦୦ ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ଏଥିନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe