ବାଲିମେଳା ଜଳଭଣ୍ଡାରରେ ଡଂଗା ବୁଡି ଘଟଣା: ୩ ନିଖୋଜ ମଧ୍ୟରୁ ଜଣେ ଉଦ୍ଧାର

ବାଲିମେଳା ଜଳଭଣ୍ଡାରରେ ଡଂଗା ବୁଡି ଘଟଣା: ୩ ନିଖୋଜ ମଧ୍ୟରୁ ଜଣେ ଉଦ୍ଧାର

ମାଲକାନଗିରି: ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳଭଣ୍ଡାରରେ ଗତକାଲି ଏକ ଦେଶୀ ଡଂଗା ଭାରସାମ୍ୟ ହରାଇ ବୁଡିବା ଫଳରେ ଡଂଗାରେ ବସିଥିବା ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଉଦ୍ଧାର ହୋଇଥିବା ବେଳେ ୩ ଜଣ ନିଖୋଜ ଥିଲେ। ତେବେ ଗତକାଲି ଠାରୁ ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ଯୋଗୁଁ ଆଜି ନିଖୋଜଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା କୁହାଯାଇଛି। ତେବେ ମା’ଓ ଶିଶୁ ସହ ଜଣେ ବୃଦ୍ଧା ନିଖୋଜ ଥିବା କୁହାଯାଉଥିଲା।

ଆଜି ବୃଦ୍ଧାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିବା ଜଣାପଡିଛି। ବୃଦ୍ଧା ଜଣକ ବୁଦ୍ରୀ ମୁଦୁଲି(୭୦) ବୋଲି ଜଣାପଡିଛି। ଏନେଇ କୁଡୁମୁଲୁଗୁମ୍ମା ତହସିଲଦାରଙ୍କ ସହ ଯୋଗାଯୋଗ କରାଯାଇପାରିନଥିବାରୁ ସବିଶେଷ ରିପୋର୍ଟ ଦିଆଯାଇପାରି ନାହିଁ। ଅଗ୍ନିଶମ ବିଭାଗର କର୍ମଚାରୀ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe