ଗଂଜାମ: ଦୁର୍ଘଟଣାରେ ଜଣେ ଗୁରୁତର, ବ୍ରହ୍ମପୁର-ଫୁଲବାଣୀ ରାସ୍ତା ଅବରୋଧ

Advertisment
ଗଂଜାମ: ଦୁର୍ଘଟଣାରେ ଜଣେ ଗୁରୁତର, ବ୍ରହ୍ମପୁର-ଫୁଲବାଣୀ ରାସ୍ତା ଅବରୋଧ

ଭଞ୍ଜନଗର: ଗଂଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କାଳିଆପଲ୍ଲୀ ଛକଠାରେ ଭ୍ୟାନ ଦୁର୍ଘଟଣାରେ ଶୁକବ୍ରବାର ଜଣେ ଲୋକ ଗୁରୁତର ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ବ୍ରହ୍ମପୁର-ଫୁଲବାଣୀ ରାସ୍ତା ଅବରୋଧ କରିଛନ୍ତି। ସୂଚନା ପାଇ ଭଂଜନଗର ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି।

publive-image

ସୂଚନା ଅନୁସାରେ ଭ୍ୟାନ୍‌ ଧକ୍କାରେ କାଳିଆପଲ୍ଲୀ ଗ୍ରାମର ତାଣୁ ମଲ୍ଲିକ (୫୦) ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତା ଅବରୋଧ ଯେଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe