ଏକତରଫା ପ୍ରେମରେ ବିଫଳ ହୋଇ ପ୍ରେମିକା ଘର ସାମ୍ନାରେ ନିଜ ଗଳାକୁ ଧାରୁଆ ଅସ୍ତ୍ରରେ କାଟିଲା ଯୁବକ, ଡାକ୍ତରଖାନାରେ ଜୀବନ ସହିତ କରୁଛି ସଂଘର୍ଷ

ସାଙ୍କେତିକ ଫଟୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ତରଫା ପ୍ରେମ କରି ବିଫଳ ହେବାପରେ ଯୁବକ ଜଣକ ନିଜ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଛି। ତାକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତି କରାଯାଇଛି। ଗୁରୁତର ଯୁବକ ମାର୍ଶାଘାଇ ଥାନା ଦୁମୁକା (କାନପୁର) ଗ୍ରାମର ରାଜ କୁମାର ଦାସ (୨୩) ବୋଲି ଜଣାପଡ଼ିଛି।

publive-image

ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକକୁ ସ୍ଥାନାନ୍ତର କରାଯାଇଛି । ରାଜ କୁମାର ଦାସଜଣେ ଯୁବତୀକୁ ଏକତରଫା ଭଲପାଉଥିଲା । ହେଲେ ଝିଅଟି ପୁଅକୁ ଭଲ ନପାଇ ଅନ୍ୟ ଏକ ପୁଅକୁ ଭଲପାଇବାରୁ ରାଜ ମାନସିକ ଭାରସାମ୍ୟ ହରାଇ ବସିଥିଲା। ଆଜି ସେହି ଗ୍ରାମରେ ଥିବା ପ୍ରେମିକା ଘର ଆଗରେ ଧାରୁଆ ଛୁରୀରେ ବେକ କାଟି ଦେଇ ଚିତ୍କାର କରି ପଡି ଯାଇଥିଲା। ଗାଁ ର କେତେକ ବ୍ୟକ୍ତି ତାଙ୍କୁ ମେଡିକାଲକୁ ଆଣିଥିଲେ। ଏହିଘଟଣା କେନ୍ଦ୍ରାପଡ଼ା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe