ସଦାଶିବ ତ୍ରିପାଠୀଙ୍କ ୧୧୩ତମ ଜୟନ୍ତୀ ପାଳିତ

Advertisment
ସଦାଶିବ ତ୍ରିପାଠୀଙ୍କ ୧୧୩ତମ ଜୟନ୍ତୀ ପାଳିତ

Sambad

ମାଲକାନଗିରି:  ଆଜି ସକାଳେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଡଃ. ସଦାଶିବା ତ୍ରିପାଠୀଙ୍କ ୧୧୩ତମ  ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ଜିଲ୍ଲା ସଦର ମହକୁମାସ୍ଥିତ ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ  ଅତିଥି ଭାବେ ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଚନ୍ଦନ ମିଶ୍ର, ଅନ୍ୟତମ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡଃ. ରଂଜନ କୁମାର ସ୍ୱାଇଁ ସମେତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଉପସ୍ଥିତ ରହି ଡଃ ସଦାଶିବା ତ୍ରିପାଠୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୁର୍ବକ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଡଃ. ସଦାଶିବ ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ କହିବା ସହିତ ସ୍ମୃତି ଚାରଣ କରିଥିଲେ। ଏଥିସହ ଅନ୍ୟ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ଏହି ଅବସରରରେ ଆୟୋଜିତ “ବିଭିନ୍ନ ବରପୁତ୍ର ମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ଭୂମିକା” ସଂପର୍କୀତ  ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ରମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ  ଜିଲ୍ଲା ସାମାଜିକ ଓ ସାଂସ୍କୃତିକ ସଂଯୋଜକ ଏମ. ତେଜେଶ୍ବର ରାଓ ସଭାରେ ଉପସ୍ଥିତ ରହିଥିବା ସମସ୍ତ ଅତିଥିଙ୍କୁ ଧନ୍ୟବାଦ  ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe