ସମୁଦ୍ରରେ ଗାଧୋଇବା ବେଳେ ଜଗନ୍ନାଥ ଘାଟରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

Advertisment
ସମୁଦ୍ରରେ ଗାଧୋଇବା ବେଳେ ଜଗନ୍ନାଥ ଘାଟରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ଦୀଘା: ସମୁଦ୍ରରେ ଗାଧୋଉଥିବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ଦତ୍ତପୋଖରୀ ଗାଁର ବାସିନ୍ଦା ରତନ ସାମନ୍ତ। ସ୍ତ୍ରୀ ଓ ୫ ବର୍ଷର ଶିଶୁକନ୍ୟା ସହ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଶନିବାର ପଶ୍ଚିମବଙ୍ଗର ବାରାସତ ଅଞ୍ଚଳରୁ ଏକ ପର୍ଯ୍ୟଟକ ଦଳ ଦୀଘା ବୁଲିବାକୁ ଆସିଥିଲେ। ଗତକାଲି ଛୁଟିଦିନ ଥିବାରୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ବହୁ ପର୍ଯ୍ୟଟକ ଗାଧୋଇବାର ମଜା ନେଉଥିଲେ।

ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ବେଳେ ପୁରୁଣା ଦୀଘାର ଜଗନ୍ନାଥ ଘାଟ ନିକଟରେ ପର୍ଯ୍ୟଟକଙ୍କ ଭିତରେ ଥିବା ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ଦତ୍ତପୋଖରୀ ଗାଁର ବାସିନ୍ଦା ରତନ ସାମନ୍ତ (୨୫), ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଶିଶୁ କନ୍ୟା ମଧ୍ୟ ଗାଧୋଇବାର ମଜା ନେଉଥିଲେ। ସ୍ତ୍ରୀ ଓ ଝିଅ କୂଳରେ ଗାଧୋଉଥିବା ବେଳେ ରତନ ଦୂରକୁ ଚାଲି ଯାଇଥିଲେ।

publive-image

ଏତିକିବେଳେ ଢେଉ ମାଡ଼ିଆସି ତାଙ୍କୁ ଗଭୀର ସମୁଦ୍ରକୁ ଭସାଇ ନେଇଥିଲା। ସଙ୍ଗେ ସଙ୍ଗେ ଅନ୍ୟ ପର୍ଯ୍ୟଟକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ କୋଷ୍ଟ ଗାର୍ଡ ଓ ଦୀଘା ପୁଲିସ ଏକ ପାୱାର ବୋଟ ଯୋଗେ ବହୁ ଖୋଜାଖୋଜି ପରେ ସମୁଦ୍ର କୂଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ରତନଙ୍କୁ ସ୍ଥାନୀୟ ଦୀଘା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀଘା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe