କଳିଙ୍ଗ ଝୋଟ କଳରେ ବେଲ୍ଟରେ କଟି ଶ୍ରମିକ ମୃତ

କଳିଙ୍ଗ ଝୋଟ କଳରେ ବେଲ୍ଟରେ କଟି ଶ୍ରମିକ ମୃତ

ଢେଙ୍କାନାଳ: ଢ଼େଙ୍କାନାଳ ସହରର କାଲଟାକ୍ସସ୍ଥିତ ଝୋଟ କଳରେ ମେକାନିକାଲ ଅପ୍ରେଟିଭ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃ୍ତକଙ୍କ ନାମ ପ୍ରଶାନ୍ତ ରାଉତ (୪୫)ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କଟକ ଜିଲ୍ଲା ଗୁରୁଡି ଝଟିଆ ଥାନା କୋଳଥପଙ୍ଗି ଗ୍ରାମରେ ବସବାସ କରୁଥିବା ପ୍ରଶାନ୍ତ ରାଉତ କଳିଙ୍ଗ ଝୋଟ କଳରେ ଗତ ୧୫ଦିନ ହେବ କାମ କରୁଥିଲେ। ପ୍ରଶାନ୍ତ ଆଜି ସକାଳ ୯.୨୫ମିନିଟରେ କାମ କରୁଥିବା ବେଳେ ମେସିନ ବେଲ୍ଟରେ ତାଙ୍କ ଗଞ୍ଜି ଲାଗିଯାଇଥିଲା। ଗଞ୍ଜି ସହ ‌ସେ ଭିଡି ହୋଇଯିବାରୁ ତାଙ୍କ ବେକ ବେଲ୍ଟରେ କଟି ଯାଇଥିଲା। ଏଥିସହ ସେ ୩ରୁ ୪ଫୁଟ ତଳକୁ ଖସି ପଡ଼ିଥିଲେ।

ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ନମିତା ନାୟକ ଉପ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe