ମୋଇବାଲ ଚୋରକୁ ବର୍ଷେ ଜେଲଦଣ୍ଡ

Advertisment
ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍‌

Patrika

ରାଉରକେଲା : ମୋବାଇଲ ଚୋରି ମାମଲାର ବିଚାର କରି ଚୋରକୁ ବିଚାରପତି ବର୍ଷେ ଜେଲ ଦଣ୍ଡ ଶୁଣାଇଛନ୍ତି। ଆଇନଜୀବୀ ଅକ୍ଷୟ ସାହୁଙ୍କ ବଳିଷ୍ଠ ଯୁକ୍ତିପ୍ରମାଣ ଆଧାରରେ ରାଉରକେଲା ଜେଏମ୍‌ଏଫ୍‌ସି ଉମାକାନ୍ତ ବେହେରା ଏହି ରାୟ ଶୁଣାଇଛନ୍ତି। ଗତ ୨୦୨୧ ଜୁଲାଇ୨୨ରେ ଆର୍‌ପିଏଫ୍‌ର ଏଏସ୍ଆଇ ସୁକାନ୍ତ ରାଉଳଙ୍କ ମୋବାଇଲ ଚୋରି ହୋଇଥିଲା।

ସେ ଏ ସଂକ୍ରାନ୍ତରେ ରେଳବାଇ ଥାନାରେ ଲିଖିତ ଏତଲା ଦେଇଥିଲେ। ମୁମ୍ବାଇ ମେଲ୍‌ରେ ଚୋର ମହମ୍ମଦ ଅବଦୁଲ ସମ୍‌ସାଦ୍‌ ଖାନ୍‌କୁ ପୁଲିସ ଗିରଫ କରି ତା’ ନିକଟରୁ ମୋବାଇଲ ଜବତ କରିଥିଲେ। ରେଳବାଇ ପୁଲିସ ଚୋର ମହମ୍ମଦ ଅବଦୁଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଇନଜୀବୀ ଅକ୍ଷୟ କୁମାର ସାହୁଙ୍କ ବଳିଷ୍ଠ ଯୁକ୍ତି, ସମସ୍ତଙ୍କ ସାକ୍ଷୀଙ୍କ ବୟାନ, ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ବିଚାରପତି ଶ୍ରୀ ବେହେରା ଅଭିଯୁକ୍ତ ସମ୍‌ସାଦ୍‌କୁ ଦୋଷୀ ସାବ୍ୟସ୍ତ କରିବା ସହ ଏକ ବର୍ଷ ଜେଲ ଦଣ୍ଡାଦେଶ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe