ଅନ୍‌ଲାଇନ୍‌ ଆଇପିଏଲ୍‌ ସଟ୍ଟା, ୨ ଗିରଫ

ଅନ୍‌ଲାଇନ୍‌ ଆଇପିଏଲ୍‌ ସଟ୍ଟା, ୨ ଗିରଫ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୁଲିସ ଆଜି ୨ ଜଣ ଆଇପିଏଲ୍‌ ସଟ୍ଟା ଖେଳାଳିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବ୍ୟାଙ୍କ ଖାତା ଓ ୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ବି‌ଶେଷ ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସାଗରିକା ନାଥ ରାଜଗାଙ୍ଗପୁର ଏସଡ଼ିପିଓ ଡ଼ା.ଶଶାଙ୍କ ଶେଖର ବେଉରାଙ୍କୁ ଅନ୍‌ଲାଇନ୍ ସଟ୍ଟା ଚଳାଉଥିବା ବ୍ୟକ୍ତିଙ୍କୁ ଧରିବାକୁ ନିର୍ଦେଶ ଦେଇଥିଲେ। ରାଜଗାଙ୍ଗପୁର ଏସଡ଼ିପିଓ ସଟ୍ଟା ଖେଳାଉ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହିତ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଲାନନ୍ଦ ସାହୁଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରିଥିଲେ। ନିଜ ଟିମ୍‌କୁ ନେଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।

ଉଲ୍ଲେଖନୀୟ ଯେ ରାଜଗାଙ୍ଗପୁରର କେତେକ ଯୁବକ ସଂଗଠିତ ଭାବେ ଆଇପିଏଲ୍‌ରେ ସଟ୍ଟା ଖେଳାଉଛନ୍ତି। ସେଥିମଧ୍ୟରୁ ଆନନ୍ଦ କାଶ୍ୟପ ଓରଫ ‘ଜନ୍’ ଏବଂ ନିରଜ ସାହୁ ଓରଫ ‘ଲଣ୍ଡରି’ ଅନ୍‌ଲାଇନ୍‌ ମାଧ୍ୟମରେ ସଟ୍ଟା ଖେଳାଉଥିବା ଜଣାପଡ଼ିଥିଲା। ଅନ୍‌ଲାଇନ୍‌ ଖେଳର ମୁଖ୍ୟ ନାୟକ ଅନୀଲ ତିୱାରୀଙ୍କ ତତ୍ତ୍ବାବଧାନରେ ଏହି ଖେଳ ଚାଲୁଥିଲା। ଗିରଫ ବ୍ୟକ୍ତିମାନଙ୍କ ଠାରୁ ନଗଦ ଟଙ୍କା ମିଳି ନଥିଲେ ସୁଦ୍ଧା ତାଙ୍କ ବ୍ୟାଙ୍କ ଖାତାରୁ ୨ଟି ପର୍ଯ୍ୟାୟରେ ଯଥାକ୍ରମେ ୧ଲକ୍ଷ ୫୬ହଜାର ୩୦୦ ଏବଂ ୨ଲକ୍ଷ ୫୧ହଜାର ଟଙ୍କା କାରବାର ହୋଇଥିବା ଜଣାପଡ଼ିଥିଲା। ରାଜଗାଙ୍ଗପୁର ପୁଲିସ ବ୍ୟାଙ୍କ ଖାତା ଓ ୨ଟି ମୋବାଇଲ ଜବତ ସହ ୨ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛନ୍ତି। ତେବେ ଘଟଣାର କିଙ୍ଗ୍‌ପିନ୍‌ ଅନୀଲ ତିୱାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe