ମିଳୁନି ଅନଲାଇନ୍ ସିସ୍ତୁ ରସିଦ: ଖରିଫ ପଂଜିକରଣରେ ବାଧା, ବହୁ ଜମି ପଟ୍ଟା ଅନଲାଇନ୍ ହୋଇନି

Advertisment
ଅଘୋଷିତ ମଣ୍ଡି ବନ୍ଦ: ଚାଷୀଙ୍କ ନିକଟରେ ଗଛିତ ଅଛି ସାଢ଼େ ଦୁଇ ଲକ୍ଷ କୁଇଣ୍ଟାଲ,ଟୋକନ୍ ପାଇଥିବା ଚାଷୀ ଚିନ୍ତାରେ

The Financial Express

ଜୟପୁର: ମଣ୍ଡିରେ ଭୁତଚାଷୀଙ୍କୁ ରୋକିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ତେବେ ତୃଣମୂଳସ୍ତର ଆରଆଇ  ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ସବୁ ମୌଜାର ଖାତା ଅନଲାଇନ୍ ନ କରି ଅଚାନକ ରାଜ୍ୟ ସରକାର ନେଇଥିବା ନିଷ୍ପତି ଏବେ ପ୍ରକୃତ ଚାଷୀଙ୍କ ପାଇଁ କାଳ ସାଜିଛି। ଏପଟେ ଖରିଫ ପଂଜୀକରଣ ପାଇଁ ଅନଲାଇନ୍ ସିସ୍ତୁ ରସିଦ ବାଧ୍ୟତାମୂଳକ କରିଛି ସରକାର। ଅନ୍ୟପକ୍ଷରେ ବହୁ ଚାଷୀଙ୍କର ନିଜ ନାଁରେ ଥିବା ସବୁ ଜମିର ପଟ୍ଟା ଅନଲାଇନ୍ ହୋଇନି। ବହୁ ରାଜସ୍ବ ନିରୀକ୍ଷକଙ୍କ ଖାତା ଓ ତହସିଲର ଖାତା ଅନଲାଇନରେ ଦେଖାଯାଉ ନାହିଁ। ଯଦି ଜଣେ ଚାଷୀଙ୍କର ୫ଏକର ଜମି ରହିଛି ତେବେ ତାଙ୍କର ଏକର କିମ୍ବା ଦୁଇ ଏକର ଅନଲାଇନ୍ ହୋଇଥିବା ବେଳେ ବଳକା ଜମି ଅନଲାଇନରେ ଦେଖାଉନାହିଁ।

ପୂର୍ବଭଳି ଆରଆଇ ମାନେ ରସିଦ ଦେଇ ସିସ୍ତୁ ରାଜସ୍ବ ଆଦାୟ କରିବାକୁ ବି ସରକାର ମନା କରିଦେଇଛି। ଚାଷୀ ମାନେ ନିଜ ଜମି ଅନଲାଇନ୍ ହୋଇଥିବା ଭାବି ଦୁର ଦୁରାନ୍ତରୁ ସହରକୁ ଅନଲାଇନ୍ ରସିଦ୍ ନେବାକୁ ଆସି ହଇରାଣ ହରକତ ହେଉଥିବା କହିଛନ୍ତି ମାଳିକରଚିର ଚାଷୀ ହରି ସାନ୍ତା। ତାଙ୍କ ନାଁରେ ଥିବା ସବୁ ଜମିର ବିବରଣୀ ଦେଖାଉ ନଥିବାରୁ ସେ ଅନଲାଇନ୍ ସିସ୍ତୁ ରସିଦ କାଟି ପାରିନଥିବା କହିଛନ୍ତି। ଯଦିବା କିଛି ଚାଷୀଙ୍କ ସବୁ ଜମିରୁ ଅଳ୍ପ କିଛି ଜମି ଅନଲାଇନରେ ଦେଖାଉଥିଲେ ହେଁ ଇଣ୍ଟରନେଟ୍ ସମସ୍ୟା ସବୁ ଠାରୁ ବଡ଼ ବାଧକ ସାଜିଛି।

ଜିଲ୍ଲାର ଚାଷୀଙ୍କ ମଧ୍ୟରୁ ୮୦ପ୍ରତିଶତ ଚାଷୀଙ୍କ ନିକଟରେ ସ୍ମାର୍ଟ ଫୋନ ନଥିବାରୁ ନିଜେ ବି ଅନଲାଇନ୍ ସିସ୍ତୁ ରସିଦ କାଢ଼ି ପାରୁ ନାହାନ୍ତି। ଏମାନେ ସହଜ କେନ୍ଦ୍ର ଉପରେ ନିର୍ଭର ଥିବା ବେଳେ ଏସବୁ କେନ୍ଦ୍ରରେ ଇଣ୍ଟରନେଟ୍ ଠିକ୍ ଭାବେ ଲାଗୁନି ଓ ନେଟ୍ ବହୁ ଧିମା ରହୁଛି। ବହୁ ଚାଷୀଙ୍କର ସଂପୁର୍ଣ୍ଣ ଜମିର ବିବରଣୀ ଅନଲାଇନରେ ଦେଖାଉନଥିବାରୁ ଏଥରକ ଏହି ସ୍ଥିତିରେ ପଂଜୀକରଣ କିଭଳି ହେବ ତାହାକୁ ନେଇ ଚିନ୍ତାରେ ପଢ଼ିଛନ୍ତି ଚାଷୀ। ଜିଲ୍ଲାପ୍ରଶାସନ, ରାଜ୍ୟସରକାର ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆଶୁ ପଦକ୍ଷେପ ନେବାକୁ ଚାଷୀ ସମ୍ବାରୁ ଅମନାତ୍ୟ, ରଇଲୁ ପୁଜାରୀ, ଲୁକୁ ଗୌଡ଼, ବଳିଭଦ୍ର ଗୌଡ଼, ବଲ୍ଲଭ ଗୌଡ଼ ପ୍ରମୁଖ ଦାବି କରିଛନ୍ତି। ବହୁ ଆରଆଇ ଅନଲାଇନ୍ କରି ନଥିବାରୁ ଏଭଳି ଅସୁବିଧା ହେଉଛି। ତେବେ ଏହାକୁ ସଜାଡ଼ିବା ଦିଗରେ ପ୍ରଶାସନ ଚେଷ୍ଟା କରିବ ବୋଲି କହିଛନ୍ତି ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe