ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓପନ ଏୟାର ଜିମ୍ ଉଦ୍‌ଘାଟିତ

Advertisment
ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓପନ ଏୟାର ଜିମ୍ ଉଦ୍‌ଘାଟିତ

ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓପନ୍‌ ଏୟାର ଜିମ୍‌, ଫିଟ୍ ଇଣ୍ଡିଆ (ବିଦ୍ୟାଳୟ ଖେଳ କୁଦ) ଏବଂ ୨ ଟି ଅତିରିକ୍ତ ଶ୍ରେଣୀ ଗୃହ ଆଦି ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ଦ୍ବାରା ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶାରିରୀକ ଓ ମାନସିକ ଜ୍ଞାନର ବିକାଶ ପାଇଁ ସରକାରଙ୍କ ସତନ୍ତ୍ର ବିଦ୍ୟାଳୟ ଶିକ୍ଷା ଯୋଜନା କାର୍ଯ୍ୟକ୍ରମରେ ବିଶେଷ କରି ବିଦ୍ୟାଳୟର ପରିବେଶ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇ ତ୍ୱରାନ୍ବିତ କରାଯାଉଥିବା ପଦେକ୍ଷେପକୁ ବେଶ୍ ପ୍ରଶଂସା କରିବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ନବ ବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ଜିଲ୍ଲାପାଳ ।

ଏଥିସହିତ ସଂପ୍ରସାରିତ ନୂଆ ରୋଷେଇ ଗୃହର ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ସରକାରଙ୍କ “ମୋ ସ୍କୁଲ”ଅଭିଯାନ କାର୍ଯ୍ୟକ୍ରମରେ ୩୦ ହଜାର ଟଙ୍କା ମ୍ୟାଚିଙ୍ଗ୍ ଗ୍ରାଣ୍ଟ୍‌ ସହାୟତା ଅନୁଦାନ ଏବଂ ସ୍ଥାନୀୟ ଅବସରପ୍ରାପ୍ତ ପ୍ରଫେସର ସୂର୍ଯ୍ୟନାରାୟଣ ଷଡଙ୍ଗୀଙ୍କ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ସମେତ ମୋଟ ୪୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ ।

publive-image

ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେଶ କୁମାର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ସିଂହ’ଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମଗ୍ରିକ ଶିକ୍ଷା, ବହୁଭାଷୀ ସଂଯୋଜକ ସପନ କୁମାର ପୃଷ୍ଟି, ଶିକ୍ଷକ ଗଣେଶ ବେହେରା, ଗୌତମ ପଣ୍ଡା, ବଳରାମ ବେହେରା, ମହେଶ୍ୱର ମାର୍ଣ୍ଡି ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ତ୍ରୀରଙ୍ଗା କ୍ଲବର ସଭାପତି ଆଲୋକ ମହାନ୍ତି, ସଂପାଦକ ସରୋଜ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe