୫ ନାବାଳିକା ସହ ୧୨ ଶିଶୁ ଶ୍ରମିକ ଉଦ୍ଧାର

Advertisment

ଅପରେସନ ‘ପରୀ-୩’

ଅପରେସନ ‘ପରୀ-୩’

୫ ନାବାଳିକା ସହ ୧୨ ଶିଶୁ ଶ୍ରମିକ ଉଦ୍ଧାର

Photo by : pinimg.com

ଜୟପୁର: ଜୟପୁର ପୁଲିସ ପକ୍ଷରୁ ଆଜି ଅପରେସନ ପରୀ-୩ରେ ୧୨ ଜଣ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଜୟପୁର ସଦରଥାନା ଥାନା ଅଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ ବାହାରି ରଣ୍ଡାପାଲି ଅଞ୍ଚଳରୁ ୬ଜଣ କିଶୋରଙ୍କୁ ଉଦ୍ଧାର କରିଥିବା ବେଳେ ଟାଉନ ଥାନାଧିକାରୀ ବାଲେଶ୍ବର ଗିଧିଙ୍କ ତତ୍ବାବଧାନରେ ସହରରୁ ୫ଜଣ କିଶୋରୀଙ୍କ ସମେତ ଜଣେ କିଶୋରଙ୍କୁ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ ୧୪ ବର୍ଷରୁ କମ ବୟସ୍କ କିଶୋର କିଶୋରୀମାନଙ୍କୁ ଥାନାରେ ରଖିବା ପରେ ସମସ୍ତଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ଯଦି ଆଗାମୀ ଦିନରେ ଏହି କିଶୋର କିଶୋରୀ ମାନେ ବାହାରେ କାର୍ଯ୍ୟ କରିବା ସମୟରେ ଧରା ପଡନ୍ତି ତେବେ ଆଇନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ ଯାଏ ଚାଲିବାକୁ ଥିବାବେଳେ ଉଭୟଥାନା ପକ୍ଷରୁ  ଉପଖଣ୍ଡରୁ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରହିଛି। ଏହି ଚଢାଉରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଥାନାର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe