ଜନଶୁଣାଣି ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଘେରାଉ

ଜନଶୁଣାଣି ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଘେରାଉ

Aaj Tak

ସୁକିନ୍ଦା : ସୋମବାର ସୁକିନ୍ଦା ବ୍ଲକ୍‌ରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଶତାଧିକ ମହିଳା ଯାଜପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କୁ ଘେରାଉ କରିଥିଲେ। ପ୍ରକାଶ ଯେ, କିଛିଦିନ ତଳେ ପିମ୍ପୁଡ଼ିଆ ପଞ୍ଚାୟତରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଏକ ଉପସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥାନ ନିରୂପଣକୁ ନେଇ ବିବାଦ ଦେଖାଦେଇଥିଲା। ପରେ ସୁକିନ୍ଦା ବିଡିଓ ନମ୍ରଦା ମୋଦୀ, ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ସୁକିନ୍ଦା ବ୍ଲକ୍‌ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ପ୍ରମୁଖ ଉପସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାକୁ ଆଲୋଚନା କରିଥିଲେ।

ସରକାରଙ୍କ ଦ୍ବାରା ନିରୂପିତ ସ୍ଥାନକୁ ବିରୋଧ କରି ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାକୁ ଜନଶୁଣାଣି ଶିବିରକୁ ଆସିଥିଲେ। ମାତ୍ର ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କୁ ସେମାନଙ୍କ ସମସ୍ୟା ଅବଗତ କରାଇଥିଲେ। ମାତ୍ର ଉନ୍ନୟନ ଅଧିକାରୀ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ନଦେଇ ଚାଲି ଯାଉଥିବା ବେଳେ ତାଙ୍କୁ ଅଭିଯୋଗକାରୀ ମହିଳାମାନେ ଘେରାଉ କରିଥିଲେ। ତାଙ୍କ ଗାଡ଼ି ସମ୍ମୁଖରେ ବସି ରହିଥିଲେ। ଫଳରେ ମୁଖ୍ୟ ଉନ୍ନୟନ ଅଧିକାରୀ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ସହ ଆଲୋଚନା କରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe