କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତ୍ୟାହାର ଦାବି: ଫୁଲବାଣୀରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

Advertisment
କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତ୍ୟାହାର ଦାବି: ଫୁଲବାଣୀରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଫୁଲବାଣୀ:କେନ୍ଦ୍ର ସରକାରଙ୍କ ଦ୍ବାରା ପାସ ହୋଇଥିବା କୃଷି ବିଲକୁ ବିରୋଧ। ବିଭିନ୍ନ ରାଜ୍ୟର ଚାଷୀମାନେ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି।  ଏ ନେଇ ଆସନ୍ତା ୮ ତାରିଖରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ଆବା‌ହକ ଅକ୍ଷୟ କୁମାର ଭାରତ ବନ୍ଦ ଡାକରା ଦେଇଛନ୍ତି। ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆଜି ଫୁଲବାଣୀରେ କେନ୍ଦ୍ର ସରକାର ବିରୋଧରେ ନବ ନିର୍ମାଣ କୃଷକ ସଂଗଠନ କନ୍ଧମାଳ ଶାଖା ପକ୍ଷରୁ ବିକ୍ଷୋଭ କରାଯାଇଛି।

ନୂଆ କୃଷି ବିଲରେ ଚାଷୀଙ୍କ କିଛି ଲାଭ ହେବ ନାହିଁ। ଉତ୍ପାଦିତ ସାମଗ୍ରୀର ଉଚିତ ପ୍ରାପ୍ୟ ‌ଚାଷୀ ପାଇବେ ନାହିଁ। ଏପଟେ ନୂଆ କୃଷି ବିଲ ପାସ। ସେପଟେ ଦରଦାମ ଆକାଶ ଛୁଆଁ ଭାବେ ବୃଦ୍ଧି ପାଉଛି। ଏହା ଦ୍ବାରା ଚାଷୀକୂଳ ଅଧିକ ହନ୍ତସନ୍ତ ହେଉଛନ୍ତି। ବିଶେଷତଃ କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାର ଚାଷୀକୂଳ ବେଶୀ କ୍ଷତିଗ୍ରସ୍ତ ହେବେ।  ନୂଆ କୃଷି ବିଲ କେବଳ ପୁଞ୍ଜିପତିଙ୍କ ପାଇଁ ଉଦ୍ଦିଷ୍ଠ। ଚାଷୀ ବିରୋଧୀ ନୂଆ କୃଷି ବିଲକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଛି।

ସଂଗଠନ ଆବାହକ ଅଶୋକ କୁମାର ପରିଡା ଓ ସଂଯୋଜକ ଚାଣକ୍ୟ କହଁରଙ୍କ ନେତୃତ୍ବରେ ମାଦିକୁନ୍ଦା ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଆସନ୍ତା ୮ ତାରିଖରେ କନ୍ଧମାଳରେ ଭାରତ ବନ୍ଦ ଡାକରାକୁ ଜିଲ୍ଲାବାସୀ ପୂର୍ଣ୍ଣ ସମର୍ଥନ ଜଣାଇବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ବିକ୍ଷୋଭ କାର୍ଯ୍ୟକ୍ରମରେ ଅଶୋକ ପ୍ରଧାନ, ବିଶ୍ବାମିତ୍ର ଦିଗାଲ, ଉମାଚରଣ କହଁର, ଜଳନ୍ଧର କହଁର, ଅଚ୍ୟୁତ ଜାନି, ଭାବିନ୍ଦ୍ର କହଁର, ଭୁବନେଶ୍ବର ଭୁକ୍ତା, ଆନନ୍ଦ କହଁର, ସନ୍ତୋଷ ପାତ୍ର, ରାଜୀବ କହଁର, ବୈକୁଣ୍ଠ ମଲ୍ଲିକ, ରମେଶ ଦିଗାଲ, ସିମନ୍ତ ମଲ୍ଲିକ, ମହେନ୍ଦ୍ର କହଁରଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe