ବଲାଙ୍ଗୀର: ରାଜ୍ୟରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ବହୁ ସଂଗଠନ ବିରୋଧ କରିଛନ୍ତି। ବୁଧବାର ବଲାଙ୍ଗୀର ଡିଇଓ ଅଫିସ ସମ୍ମୁଖରେ ବିଭିନ୍ନ ସଂଗଠନ ଦ୍ବାରା ଆନ୍ଦୋଳନ କରାଯାଇଛି। ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ବରେ ଦଳ ତାର ଦାବି ଉପସ୍ଥାପନ କରିଛି। କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ସଭାପତି ଯୁଧିଷ୍ଠିର ମିର୍ଦ୍ଧାଙ୍କ ନେତୃତ୍ବରେ ସଂଘର ସଦସ୍ୟମାନେ ସ୍କୁଲ ମିଶ୍ରଣକୁ ବିରୋଧ କରିଛନ୍ତି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡିଇଓଙ୍କୁ ପ୍ରସାନ କରିଛନ୍ତି। ସେହିପରି ଡ. ବିପିନ କୁଶୁଲିଆଙ୍କ ନେତୃତ୍ବରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ମଧ୍ୟ ଦାବି ଉପସ୍ଥାପନ କରିଛି। ଡିଇଓଙ୍କ ମାଧ୍ୟମରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରାଥମିକ ସ୍କୁଲ ବନ୍ଦ ବିରୋଧରେ ଆନ୍ଦୋଳନ
Advertisment
Follow Us