ପଥରଗଡ଼ରେ ଗର୍ଜିଲେ ବିରୋଧୀ, ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି

Advertisment

ବିଷାକ୍ତ ମଦ ପାଇଁ ଅବକାରୀ ବିଭାଗକୁ କଲେ ଦାୟୀ

ବିଷାକ୍ତ ମଦ ପାଇଁ ଅବକାରୀ ବିଭାଗକୁ କଲେ ଦାୟୀ

ପଥରଗଡ଼ରେ ଗର୍ଜିଲେ ବିରୋଧୀ, ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି

ବନ୍ତଳା: ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ମଦମୃତ୍ୟୁ ଘଟଣାରେ ଆଜି ଗର୍ଜିଛନ୍ତି ବିରୋଧୀ` ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପଥରଗଡ଼ ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି। ଏ ଅଘଟଣ ପାଇଁ ସେ ଜିଲ୍ଲା ଅବକାରୀ ବିଭାଗକୁ ଦାୟୀ କରିଛନ୍ତି।

publive-image

ବିରୋଧୀମାନେ କହିଛନ୍ତି, ଗାଁ ଗଣ୍ଡାରେ ମଦର ବନ୍ୟା ଛୁଟିଲାଣି। ବେଆଇନ ଚୋରା ମଦ ଧରପଗଡ଼ ନାହିଁ। ସେଥିପାଇଁ ଅଘଟଣ ଘଟି ଚାଲିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇଛି। ମୃତକଙ୍କ ପରିବାରକୁ ୧୫ ଲକ୍ଷ ଓ ଆହତଙ୍କୁ ମାଗଣା ଚିକିତ୍ସା ସହିତ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ସଦସ୍ୟମାନେ ଆଜି ଗାଁରେ ପହଂଚି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe