ଷ୍ଟ୍ରଙ୍ଗରୁମ୍ ଜଗିଛନ୍ତି ବିରୋଧୀ ନେତା ଓ ପ୍ରାର୍ଥୀ

ଷ୍ଟ୍ରଙ୍ଗରୁମ୍ ଜଗିଛନ୍ତି ବିରୋଧୀ ନେତା ଓ ପ୍ରାର୍ଥୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ନିର୍ମାଣ ହୋଇଥିବା ଷ୍ଟ୍ରଙ୍ଗରୁମରେ ଏବେ ବିରୋଧୀ ଦଳର ନେତା,କର୍ମୀ ଏବଂ ପ୍ରାର୍ଥୀମାନେ ରାତି ସାରା ଜଗି ରହିଥିବା ଦେଖିବାକୁ ମିଳିଛି।ଷ୍ଟ୍ରଙ୍ଗରୁମର ବାହାରେ କେବଳ ଚଟାଣରେ ଶୋଇ ଜଗି ରହିଥିବା ଦେଖିବାକୁ ମିଳିଛି।କେବଳ ଗୋଟିଏ କିମ୍ବା ଦୁଇଟି ବ୍ଲକରେ ନୁହେଁ ବରଂ ସମସ୍ତ ବ୍ଲକରେ ଏଭଳି ଅବସ୍ଥା।କାଳେ ଷ୍ଟ୍ରଙ୍ଗରୁମ ଫିଟାଇ କୌଣସି ହେରଫେର କରିବାର ଭୟ ରହିଥିବାରୁ ଏଭଳି ନେତା,କର୍ମୀ ଏବଂ ପ୍ରାର୍ଥୀମାନେ ଜଗି ରହିଛନ୍ତି।ତେବେ ସମସ୍ତ ଷ୍ଟ୍ରଙ୍ଗରୁମକୁ ସିଲ କରିଦିଆଯାଇଛି।କୌଣସି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ପ୍ରଶାସନ ତରଫରୁ ଯେଭଳି କୌଣସି ହେରଫେର ନହେବ ସେଥିପ୍ରତି ଦୃଷ୍ଠି ଦିଆଯାଇଛି ।

କିନ୍ତୁ ନେତା କର୍ମୀ ଏବଂ ପ୍ରାର୍ଥୀମାନଙ୍କ ମଧ୍ୟରେ ହାରିଯିବାର ଭୟ ଲାଗି ରହିଥିବାରୁ ସେମାନେ ଦିନରାତି ଏକ କରି ଷ୍ଟ୍ରଙ୍ଗରୁମକୁ ଜଗି ରହିଛନ୍ତି।ମାଲକାନଗିରି ଜିଲ୍ଲାରେ ରହିଥିବା ୧୧୧ଟି ପଞ୍ଚାୟତରେ ସୁରୁଖୁରୁରେ ନିର୍ବାଚନ ଶେଷ ହୋଇଛି । କୌଣସି ଗୋଟିଏ ସ୍ଥାନରେ ବି ନିର୍ବାଚନୀ ହିଂସା ଦେଖିବାକୁ ମିଳିନାହିଁ।ସବୁଠାରୁ ବଡ ସଫଳତା ଚିତ୍ରକୋଣ୍ଡାରେ ମିଳିଛି।ଜିଲ୍ଲାବାସୀ ତଥା ରାଜ୍ୟବାସୀ ସ୍ବାଭିମାନ ଅଂଚଳରେ କିପରି ପ୍ରଶାସନ ସୁରୁଖୁରୁରେ ନିର୍ବାଚନ ସମାପ୍ତ କରି ସେନେଇ ଚିନ୍ତାରେ ଥିଲେ।କିନ୍ତୁ ସେହି ଅଂଚଳକୁ ମଧ୍ୟ ଅତି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଇପାରିଥିବାରୁ ଏବେ ସବୁଆଡେ ପ୍ରଶାସନ ଏବଂ ପୁଲିସ ତଥା ବିଏସଏଫର ଜୟଗାନ ଚାଲିଛି।ଆସନ୍ତାକାଲିକୁ ଭୋଟ ଗଣତି ଆରମ୍ଭ ହେବ।ତେଣୁ କୌଣସି ବିଭ୍ରାଟ ନକରି ଯେପରି ସୁରୁଖୁରୁରେ ଗଣତି ହେବ ସେନେଇ ସମସ୍ତ ପ୍ରସ୍ତୁତ ଏକ ପ୍ରକାର ସମାପ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe