ପ୍ରସ୍ତାବିତ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ବିରୋଧ

ପ୍ରସ୍ତାବିତ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ବିରୋଧ

କାଳିଆପାଣି: ସୁକିନ୍ଦା ବ୍ଲକ୍‌ ପିମ୍ପୁଡ଼ିଆ ପଞ୍ଚାୟତ ନୂଆଡିହ ଗ୍ରାମରେ ଏକ ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲା। ପୂର୍ବରୁ ପ୍ରସ୍ତାବିତ ଜମି ନୂଆଡିହ ମୌଜା ଖାତା ନଂ-୧୫୦ ପ୍ଲଟ୍‌ ନଂ-୨୦୮ରେ ଏହାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଜମି କିସମ ଶାଳ ଜଙ୍ଗଲ ଥିବାରୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ କିସମ ପରିବର୍ତ୍ତନ ପାଇଁ  ଗତକାଲି ନୂଆଡିହ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। କିନ୍ତୁ ପ୍ରସ୍ତାବିତ ଜମିକୁ ଗମନାଗମନ ସୁବିଧା ନଥିବା ଦର୍ଶାଇ ଅଧିକାଂଶ ଗ୍ରାମବାସୀ ଗ୍ରାମସଭାକୁ ବିରୋଧ କରିଥିଲେ।

ଏହି ଉପସ୍ବାସ୍ଥ୍ୟକେନ୍ଦ୍ର ଉପରେ ୬ ଟି ରାଜସ୍ବ ମୌଜା ସହ ୧୪ଟି ପଡ଼ା ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଯୋଡ଼ିହୋଇ ରହିଥାନ୍ତେ ବୋଲି ସରପଞ୍ଚ ତପନ କୁମାର ନାୟକ କହନ୍ତି। ପୂର୍ବ ଗ୍ରାମସଭାରେ ଚିହ୍ନଟ ଜମି ଓ ପ୍ରସ୍ତାବିତ ନୂତନ ସ୍ଥାନକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଗ୍ରାମସଭାରେ ହୋଇଥିବା ଆଲୋଚନା ଏବଂ ସମସ୍ତ ନିଷ୍ପତ୍ତିକୁ ଏକ ଅଧିବେଶନ ମାଧ୍ୟମରେ ବିଡିଓ ଏବଂ ତହସିଲଦାରଙ୍କୁ ଜଣାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe