ଝାରସୁଗୁଡ଼ାରୁ ବ୍ରହ୍ମପୁର ଯାଉଥିବା ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ

Advertisment
ଝାରସୁଗୁଡ଼ାରୁ ବ୍ରହ୍ମପୁର ଯାଉଥିବା ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅନ୍ତର୍ଗତ ତଲାରୀମାହା ପଞ୍ଚାୟତ ସାକା ଗ୍ରାମ ଜାତୀୟ ସଡ଼କ ନିକଟରେ ଝାରସୁଗୁଡାର ବନ୍ଧବାହାଲଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ବସ ଓଡି ୦୭ଏକେ ୬୫୭୦ ରାତି ପ୍ରାୟ ୧.୩୦ ମିନିଟ୍ ସମୟରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

publive-image

ବସରେ ସମୁଦାୟ ୨୭ ଜଣ ଯାତ୍ରୀ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଥିବାବେଳେ ଚାଳକଙ୍କ ଆଖି ଲାଗିଯିବାରୁ ବସଟି ରାସ୍ତା କଡ଼ ଖାଲକୁ ଓଲଟି ଯାଇଥିଲା | କିନ୍ତୁ ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ | ସମସ୍ତ ଯାତ୍ରୀ ଓ ବସ୍ ଚାଳକ, କଣ୍ଡକ୍ଟର ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ପରବର୍ତ୍ତୀ ବସ୍ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe