ବାଲେଶ୍ୱର: ପୋଲତଳକୁ ଖସିପଡ଼ିଲା ବସ, ୧୦ ଆହତ

ବାଲେଶ୍ୱର: ପୋଲତଳକୁ ଖସିପଡ଼ିଲା ବସ, ୧୦ ଆହତ

ବାଲେଶ୍ୱର: ଗତକାଲି ବିଳମ୍ବିତ ରାତ୍ରୀରେ ପୁରୀରୁ କୋଲକାତା ଅଭିମୁଖେ ଯାଉଥିବା ଓଏସଆରଟିସିର ଏକ ବସ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ପୁରୀରୁ କୋଲକାତା ଯାଉଥିବା ଓ ଡି ୦୨ ଏ ଇ ୫୦୦୩ ନମ୍ବର ବିଶିଷ୍ଟ ଓଏସଆରଟିସିର ଏକ ବସ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାରୁଣୀ ପୋଲ ଉପରୁ ତଳକୁ ଖସି ପଡ଼ିଛି। ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବା ପରେ ବସଟି ସିଧା ପ୍ରାୟ ୫୦ ଫୁଟ ପୋଲ ତଳକୁ ଖସି ପଡ଼ିଥିଲା। ତେବେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe