୩୮ ଦିନ ପରେ ଆନ୍ଦୋଳନରୁ ଓହରିଲେ ଓଏଆରଟିସି କର୍ମଚାରୀ, ଆସନ୍ତାକାଲି ଠାରୁ ଚଳାଚଳ କରିବ ସମସ୍ତ ବସ୍‌

Advertisment
୩୮ ଦିନ ପରେ ଆନ୍ଦୋଳନରୁ ଓହରିଲେ ଓଏଆରଟିସି କର୍ମଚାରୀ, ଆସନ୍ତାକାଲି ଠାରୁ ଚଳାଚଳ କରିବ ସମସ୍ତ ବସ୍‌

ଭଞ୍ଜନଗର: ସାତ ମାସର ବକେୟା ଦରମା ପ୍ରଦାନ ଓ ୟୁନିଟ ସ୍ଥାନାନ୍ତର ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ଗତ ୩୮ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ କର୍ମଚାରୀମାନେ ମଙ୍ଗଳବାର ଧାରଣାରୁ ଓହରିଛନ୍ତି। ସମସ୍ତ ଦାବିକୁ ପୂରଣ ନେଇ ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ କ୍ରିୟାନୁଷ୍ଠାନ କମିଟି ରାଜି ହୋଇଛି। ସବୁ ରୁଟରେ ବୁଧବାର ଠାରୁ ବସ ଚଳାଚଳ କରିବା ପାଇଁ କର୍ମଚାରୀମାନେ ପ୍ରସ୍ତୁତ ହୋଇଛନ୍ତି।

publive-image

ଏନେଇ କର୍ମଚାରୀଙ୍କ ଧାରଣା ସ୍ଥଳରେ ଆଜି ସର୍ବସାଧାରଣରେ ବୈଠକ ଅନୁଷ୍ଠିତ ହୋଇଛି। ଆନ୍ଦୋଳନରେ ସାମିଲ ହୋଇଥିବା ବିଭିନ୍ନ ସଂଘ ଓ ତାର କର୍ମଚାରୀମାନେ ଧନ୍ୟବାଦ ଜଣାଇଛନ୍ତି। ଆନ୍ଦୋଳନ ବିଷୟରେ ସୋମବାର ବୁଝିବା ପାଇଁ ଓଏଆରଟିସି ଜେନେରାଲ ମ୍ୟାନେଜର ରୁଦ୍ର ପ୍ରସନ୍ନ ସାହୁ ଓ ଫାଇନାନ୍‌ସ ଅଫିସର ଡ. କ୍ଷେତ୍ର ମୋହନ ମାନସେଠ ଛତ୍ରପୁର ଆସିଥିଲେ। ସେଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବାସଗୃହରେ ବୈଠକ ଅନୁଷ୍ଠିତ ହୋଇଥିଲା। କର୍ମଚାରୀମାନେ ନିଜର ଦାବି ବିଷୟରେ ଜଣାଇବା ସହ ସମସ୍ୟା ଉପସ୍ଥାପନ କରିଥିଲେ। ଏହାପରେ ଏକ ମାସ ମଧ୍ୟରେ ବକେୟା ଦରମା ପ୍ରଦାନ କରାଯିବ ଓ ଆକ୍ରୋଶ ମୂଳକ ପଦକ୍ଷେପ ନିଆଯିବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ।
publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe