ଭଦ୍ରକ ଓଷ୍ଟାର ଜିଲ୍ଲାସ୍ତରୀୟ ସଙ୍ଗଠନିକ ସମ୍ମିଳନୀ

Advertisment
ଭଦ୍ରକ ଓଷ୍ଟାର ଜିଲ୍ଲାସ୍ତରୀୟ ସଙ୍ଗଠନିକ ସମ୍ମିଳନୀ

Sambad

ଭଦ୍ରକ: ଭଦ୍ରକ ଜିଲ୍ଲା ଓଷ୍ଟାର ସଙ୍ଗଠନିକ ସମ୍ମିଳନୀ ବାଇପାସ ସ୍ତିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମାକାନ୍ତ ପରିଡ଼ା ଏଥିରେ ସଭାପତିତ୍ବ କରିଥିଲେ। ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଅକ୍ଷୟ କୁମାର ହୋତା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରାକ୍ତନ ସମ୍ପାଦିକା ସୁରଜିତ। ନାୟକ, ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର, ରାଜ୍ୟ ସମ୍ପାଦକ ବିଜୟ ଛତ୍ର ପ୍ରମୁଖ ଉପସ୍ଥିତ ରହି କ୍ୟାଡରମାନଙ୍କୁ ଉଦବୋଧନ ଦେଇଥିଲେ। ଆଗାମୀ ୯ତାରିଖ କ୍ରାନ୍ତି ଦିବସରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଅଫିସ ସମ୍ମୁଖରେ ରାଲି ଓ ଧାରଣା କାର୍ଯ୍ୟକ୍ରମ ଓ ୧୬ ତାରିଖ ଦାବି ଦିବସରେ ଭୁବେଶ୍ୱରରେ ସମାବେଶକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।

ବ୍ଲକ ସମ୍ପାଦକ କମଳା କାନ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ମନୋରଞ୍ଜନ ପଣ୍ଡା, ବୈକୁଣ୍ଠ ବିଶ୍ଵାଳ, ବିଶ୍ଵନାଥ ପଣ୍ଡା ଜିଲ୍ଲା ଯୁଗ୍ମ ସମ୍ପାଦକ ଅନିଲ କୁମାର ମିଶ୍ର, ପିଙ୍କି ପ୍ରିୟଦର୍ଶିନୀ ପଣ୍ଡା, ଅରୁଣ ଶତପଥୀ, ଉପସଭାପତି ସୁବଳ ପତ୍ରୀ, ସନ୍ତୋଷେ ଜେନା କାର୍ଯ୍ୟକାରୀ ସଭ୍ୟ ପର୍ଶୁରାମ ପତ୍ର, ବସନ୍ତ ବିଶ୍ବାଳ ନବକିଶୋର ମଲ୍ଲିକ, ପ୍ରଭାକର ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ବିଭିନ୍ନ ଦାବି ଯଥା ଅନୁଦାନ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ଚାକିରି ସର୍ତ୍ତାବଳୀ ଓ ପେନସନ, ୨୨୬/୩୯୯ବିଦ୍ୟାଳୟକୁ ୭ମ ବେତନ ପ୍ରଦାନ ୨୮୦୦ ଗ୍ରେଡ-ପେରେ ଅସଙ୍ଗତି ଦୂରିକରଣ, ୬୧୦ବିଦ୍ୟାଳୟର ସରକାରୀ କରଣ ପ୍ରମୁଖ ଦାବି ନେଇ ଏ ଆନ୍ଦୋଳନ ହେବ ବୋଲି ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଶେଷରେ ବ୍ଲକ ସମ୍ପାଦକ କମଳା କାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe