ଯାତ୍ରୀଙ୍କ ମାସ୍କ ନଥିଲେ ବସରୁ ଜରିମାନା ଆଦାୟ ଅନ୍ୟାୟ: ଘରୋଇ ବସ ମାଲିକ ସଂଘ

ଯାତ୍ରୀଙ୍କ ମାସ୍କ ନଥିଲେ ବସରୁ ଜରିମାନା ଆଦାୟ ଅନ୍ୟାୟ: ଘରୋଇ ବସ ମାଲିକ ସଂଘ

ଜୟପୁର: ଯାତ୍ରୀଙ୍କ ମାସ୍କ ନଥିଲେ ବସରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଏହା ଅନ୍ୟାୟ ଏଭଳି କରିବା ଦ୍ବାରା ବସ ମାଲିକମାନେ ବିପୁଳ କ୍ଷତି ସହୁଛନ୍ତି ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଯାଇଛି।  ଯଦି ବସର ଡ୍ରାଇଭର, ହେଲପର କିମ୍ବା କଣ୍ଡକ୍ଟର ମାସ୍କ ପିନ୍ଧି ନଥିଲେ ଜରିମାନା ଆଦାୟ କରାଯାଉ ଏଥିରେ ଆମର ବିରୋଧ କରିବାର ନାହିଁ । କିନ୍ତୁ ଯାତ୍ରୀଙ୍କ ପାଇଁ ଆମେ ଦାୟୀ ହେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସଂଘର ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଜଣାଇଛନ୍ତି।

କରୋନା ଆରମ୍ଭ ହେବା ପରଠାରୁ ଦୀର୍ଘ ବର୍ଷକ କାଳ ବସ ଚଳାଚଳ କରି ନ ଥିଲା। ବସ ମାଲିକମାନେ ଧାର ଉଧାର କରି କିସ୍ତି ସୁଝିଥିଲେ। ବହୁ କଷ୍ଟରେ ଧିରେ ଧିରେ ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଏବେ ଏଭଳି ଜରିମାନା ଆଦାୟକୁ ଅନ୍ୟାୟ ବୋଲି କହିଛନ୍ତି । ଗତ କିଛି ଦିନ ତଳେ ନବରଙ୍ଗପୁରରେ ଜଗାକାଳିଆ, ବାବୁଲି, ମହାଲକ୍ଷ୍ମୀ, ଶିବଶ୍ରୀ, ମା ସାରଳା, ଏସଭିଟି, ଏମଡିଏମଏସ୍, ପାଣିଗ୍ରାହୀ କୋ, ମଣିକାଣ୍ଠା ଆଦି ବସରୁ ୨ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି।

ତେବେ ଏଭଳି ଆଗାମୀ ଦିନରେ ଜାରି ରହିଲେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ। ବସକୁ ଯାଂଚ କରି ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉ। କିନ୍ତୁ ଏଥି ପାଇଁ ବସ ମାଲିକଙ୍କଠାରୁ ଜରିମାନା ଆଦାୟ ନ୍ୟାୟ ସଂଗତ ନୁହେଁ ବୋଲି ଶ୍ରୀ ତ୍ରିପାଠୀ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe