ଦ୍ରୁତଗାମୀ କାର ଧକ୍କାରେ ବଳଦ ମୃତ

Advertisment
ଦ୍ରୁତଗାମୀ କାର ଧକ୍କାରେ ବଳଦ ମୃତ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ବଗଲପୁର ଛକ ନିକଟରେ ଏକ ଦ୍ରୁତଗାମୀ କାର ଧକ୍କାରେ ସ୍ଥାନୀୟ ଅଞ୍ଚଳର ଜନୈକ ଚାଷୀଙ୍କର ଏକ ବଳଦର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସୂଚନା ଅନୁଯାଇ ଶାଳବଣି ଗ୍ରାମର କାରାନ ମୁର୍ମୁ ଆଜି ନିଜ ଚାଷ ଜମିରେ ହଳକାମ ସାରି ବଳଦକୁ ଗାଧୋଇ ଦେବା ପରେ ଘରକୁ ଛାଡ଼ି ଦେଇଥିଲେ। ବଳଦଟି ବଗଲପୁର ଛକ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରୁଥିବାବେଳେ ହଟାତ ବାରିପଦା ପଟରୁ ବୈଶିଙ୍ଗା ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ କାର (ଓଡି୦୨-ଏଜେଡ ୩୮୨୬) ବଳଦକୁ ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିବାବେଳେ ବଳଦଟି ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲା ଓ କିଛି ସମୟ ଛଟପଟ ହେବାପରେ ଜୀବନ ହାରିଥିଲା। ଘଟଣାସ୍ଥଳରେ କାରାନ ଓ ଗ୍ରାମବାସୀ ପହଞ୍ଚି କାରକୁ କିଛି ସମୟ ଅଟକ ରଖିବା ପରେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଥାନାକୁ ଆଣିବା ସହିତ କାର ମାଲିକଙ୍କ ତରଫରୁ ମୃତ ବଳଦର ପରିବାରକୁ କ୍ଷତିପୂରଣ ଦିଆ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe